୨୦୨୫ ପଦ୍ମ ପୁରସ୍କାର ପାଇଁ ଆରମ୍ଭ ହେଲା ନାମାଙ୍କନ,ଶେଷ ତାରିଖ ସେପ୍ଟେମ୍ବର ୧୫….

ନୂଆଦିଲ୍ଲୀ: ୨୦୨୫ ସାଧାରଣତନ୍ତ୍ର ଅବସର ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ମେ ୧ ତାରିଖଠାରୁ ଅନଲାଇନ୍ ନାମାଙ୍କନ/ ସୁପାରିସ ଆରମ୍ଭ ହୋଇଛି। ପଦ୍ମପୁରସ୍କା ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୦୨୪ ସେପ୍ଟେମ୍ବର ୧୫ ରହିଛି।

ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in)ରେ ପଦ୍ମ ପୁରସ୍କାରପାଇଁ ନାମାଙ୍କନ /ସୁପାରିସ ଅନଲାଇନରେ ଗ୍ରହଣ କରାଯିବ। ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଭଳି ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାରଗୁଡିକ ମଧ୍ୟରୁ ଅନ୍ୟତମ। ୧୯୫୪ ମସିହାରେ ପ୍ରତିଷ୍ଠିତ ଏହିପୁରସ୍କାର ପ୍ରତି ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ। କଳା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ଜନବ୍ୟାପାର, ଲୋକ ସେବା, ବାଣିଜ୍ୟ ଓ ଉଦ୍ୟୋଗ ଇତ୍ୟାଦି ସମସ୍ତ କ୍ଷେତ୍ର / ବିଭାଗରେ ଉଲ୍ଲେଖନୀୟ ଓ ଅସାଧାରଣ ସଫଳତା /ସେବା ପାଇଁ ଏହି ପୁରସ୍କାର ପ୍ରଦାନକରାଯାଇଥାଏ।

ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଏହି ପୁରସ୍କାର ପାଇଁ ଯୋଗ୍ୟ ଅଟନ୍ତି। ଡାକ୍ତର ଓ ବୈଜ୍ଞାନିକଙ୍କ ବ୍ୟତୀତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ପଦ୍ମ ପୁରସ୍କାରପାଇବାକୁ ଯୋଗ୍ୟ ହୋଇ ନଥାନ୍ତି। ପଦ୍ମ ପୁରସ୍କାରକୁ ‘ପିପୁଲ୍ସ ପଦ୍ମ’ ରେ ପରିଣତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ ସମସ୍ତ ନାଗରିକଙ୍କୁ ସ୍ୱୟଂ ନାମାଙ୍କନ ସମେତ ନାମାଙ୍କନ/ ସୁପାରିସକରିବାକୁ ଅନୁରୋଧ କରାଯାଇଛି।

ଏହା ଦ୍ୱାରା ମହିଳା, ସମାଜର ଦୁର୍ବଳ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି, ଦିବ୍ୟାଙ୍ଗ ବ୍ୟକ୍ତି ଓ ସମାଜ ପାଇଁ ନିଃସ୍ୱାର୍ଥପର ସେବାକରୁଥିବା ପ୍ରତିଭାସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବା ପାଇଁ ମିଳିତ ପ୍ରୟାସ କରାଯାଇପାରିବ।ନାମାଙ୍କନ /ସୁପାରିସ ଗୁଡ଼ିକରେ ଉପରୋକ୍ତ ପୋର୍ଟାଲରେ ଉପଲବ୍ଧ ଫର୍ମାଟରେନିର୍ଦ୍ଦିଷ୍ଟ ସମସ୍ତ ପ୍ରାସଙ୍ଗିକ ବିବରଣୀ ରହିବା ଉଚିତ, ଯେଉଁଥିରେ ବର୍ଣ୍ଣନାତ୍ମକ ଭାବେଏକ ଉଦ୍ଧୃତି (ସର୍ବାଧିକ ୮୦୦ ଶବ୍ଦ) ଅନ୍ତର୍ଭୁକ୍ତ ହେବା ଆବଶ୍ୟକ, ଯାହା ନିଜ ନିଜକ୍ଷେତ୍ର/ ଶୃଙ୍ଖଳାରେ ସୁପାରିସ କରାଯାଇଥିବା ବ୍ୟକ୍ତିଙ୍କ ଉଲ୍ଲେଖନୀୟ ଏବଂଅସାଧାରଣ ଉପଲବ୍ଧି /ସେବାକୁ ସ୍ପଷ୍ଟ ଭାବରେ ଦର୍ଶାଇଯାଇଥାଏ।

ସେୟାର କରନ୍ତୁ

Next Post

ମରୁଆବିଲି ପଞ୍ଚାୟତ ର ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଲେ...

Tue May 7 , 2024
ପରଜଙ୍ଗ(୦୭/୦୫/୨୦୨୪): ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ ମରୁଆବିଲି ଗ୍ରାମପଞ୍ଚାୟତ ର ବିଜେପି ଦଳ ର ,୩୦ ଜଣ କର୍ମୀ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ନିର୍ମଳ ଭାବମୂର୍ତ୍ତି ଓ କାର୍ଯ୍ୟଦକ୍ଷତା ରେ ଅନୁପ୍ରାଣିତ ହୋଇ ଆଜି ବିଜେପି ଦଳ ଛାଡ଼ି ବିଜୁ ଜନତା ଦଳରେ ଡିହଡୋଳ ସ୍ଥିତ ବାସଭବନ ଠାରେ ଯୋଗଦାନ କଲେ ।ମାନ୍ୟବର […]

You May Like

Pin It on Pinterest