ଅତାବିରା ରେ ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା…

ବରଗଡ:-୧୮.୫(ନବୀନ କୁମାର ଦାଶ )ବରଗଡ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ଠାରେ ଅତାବିରା ମାରଓ୍ବାଡି ସମ୍ମିଳନୀ ଅନୁଷ୍ଠିତ। ମାରଓ୍ବାଡି ସମାଜର ଉମେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ସଭାପତିତ୍ୱରେ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା,ସମ୍ମାନୀତ ଅତଥି ଭାବେ ବିକାଶ ଫାଉଣ୍ଡେସନ ର ଅଧ୍ଯକ୍ଷ ଡି ମୁରଲୀ କ୍ରିଷ୍ଣା,ବରିଷ୍ଠ ନାଗରିକ ମିତ୍ରସେନ ଅଗ୍ରଓ୍ବାଲ ମଞ୍ଚା ସିନ ରହିଥିଲେ।

ଏହି କାର୍ଯ୍ୟକ୍ରମରେ ଅତାବିରା ମାରଓ୍ବାଡି ମହିଳା ସମିତି କାର୍ଯ୍ୟକର୍ତ୍ତା,ମାରଓ୍ବାଡି ଯୁବା ମଞ୍ଚ, ଜାଗୃତି ଶାଖାର ସଦସ୍ଯାମାନେେ ଯୋଗଦେଇଥିଲେ।ମାରଓ୍ବାଡି ମଞ୍ଚର ସଭାପତି ପବନ ଅଗ୍ରଓ୍ବାଲ,ଅର୍ପିତ ବାଙ୍କା ପ୍ରମୁଖ ଯୋଗଦେଇଥିଲେ। ମାରଓ୍ବାଡି ସମାଜର ବିଭିନ୍ନ ଦିଗରେ ଉପମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ମାରଓ୍ବାଡି ସମାଜର ସଦସ୍ଯମାନଙ୍କୁ ବୁଝାଇଥିଲେ।ରାଜ୍ୟରେ ଡବଲ ଇଞିନ ସରକାର ଗଢିବା ପାଇଁ ବିଜେପିର ବରଗଡ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ପ୍ରାର୍ଥୀ ନିହାରରଞ୍ଜନ ମହାନନ୍ଦଙ୍କୁ ପଦ୍ମ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ।

ସେୟାର କରନ୍ତୁ

Next Post

କାଲି ଆସୁଛନ୍ତି ଅରୁଣ ଗୋଭିଲ୍‌;୨୩ରେ ଆସିବେ ଯୋଗୀ ଆଦିତ୍ୟନାଥ ଓ ନଡ୍ଡା...

Tue May 21 , 2024
ବାସ୍ତବ ବ୍ୟୁରୋ: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ୍ ଗସ୍ତ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଆସନ୍ତା କାଲି ଓଡିଶା ଆସୁଛନ୍ତି ରାମାୟଣ ସିରିଏଲର ‘ରାମ’ ଅରୁଣ ଗୋଭିଲ । ୪ଟି ସ୍ଥାନରେ କରିବେ ପ୍ରଚାର । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର । ସେହିପରି ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ପୁଣି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି […]

You May Like

Breaking News

Pin It on Pinterest