ସାବଧାନ!  ଗାଡି ଚଲାଇବା ବେଳେ ମୋବାଇଲରେ କଥାହେଉଥିଲେ ଗାଡି, ମୋବାଇଲ ଛଡାଇନେବ ପୋଲିସ…

ବାସ୍ତବ ବ୍ୟୁରୋ: ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିଲେ ଏବେ ଗାଡ଼ି ଜବତ ହେବା ସହ ମୋବାଇଲ୍ ମଧ୍ୟ ହେବ ଜବତ । ଗାଡ଼ି କୋର୍ଟ ଚାଲାଣ କରିବା ସହ ମୋବାଇଲକୁ ଜବତ କରିବ ପୋଲିସ ।

ଚେକିଙ୍ଗ ସମୟରେ ପୋଲିସ ଉପରକୁ ଗାଡ଼ି ଚଢାଇ କେତେକ ଅମାନିଆ ଡ୍ରାଇଭର ଖସି ପଲାଉ ଥିବା ନଜିର ଆସିଛି । ସେମାନଙ୍କୁ ସାବାଡ କରିବା ପାଇଁ କମିସନରେଟ ପୋଲିସ ଏବେ ୩୦୭ ଦଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବା ପାଇଁ କରୁଛି ଯୋଜନା , ଯେଉଁଥିରେ ଖସି ପଳାଉଥିବା ଗାଡ଼ି ଚକା ହୋଇଯିବ ପଙ୍କଚର । ପୋଲିସ ଏଭଳି ଆକ୍ସନ ନେବ ବୋଲି କହିଛନ୍ତି ପୋଲିସ କମିଶନର ।

ରାଜଧାନୀ ଭୁବନେଶ୍ୱରରେ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ୍‌ କରିଛି ଏମିତି କିଛି ବ୍ୟବସ୍ଥା। ଅମାନିଆଙ୍କ ପାଇଁ ରଙ୍ଗ ରାଇଡ ବ୍ୟାରିୟର ବ୍ୟବସ୍ଥା ହୋଇଛି। ଶନିବାର ଠାରୁ ଏହି ବ୍ୟାରିୟରକୁ ବ୍ୟବହାର କରାଯାଇ ୧୦ରୁ ଅଧିକ ଗାଡ଼ିକୁ ଲିକ୍‌ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସେହିପରି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଥିବା ଡ୍ରାଇଭରଙ୍କ ପାଇଁ ଆହୁରି କଠୋର ହୋଇଛି ପୁଲିସ । ମଦ୍ୟପ ଡ୍ରାଇଭର, ଟ୍ରିପଲ ରାଇଡିଂ, ହେଲମେଟ ପରେ ଏବେ ମୋବାଇଲରେ କଥା ହେଉଥିବା ଚାଳକଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଯାଉଛି ପୁଲିସ। ଯେଉଁମାନେ ଗାଡ଼ି ଡ୍ରାଇଭ କରିବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ଏଥର ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ସିଜ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା।

ସେୟାର କରନ୍ତୁ

Next Post

ସାରସ୍ବତ ସମାଜ ଓଡିଶା ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ....

Mon Jun 3 , 2024
ଭୁବନେଶ୍ବର: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ସୁସାହିତ୍ଯିକ ତଥା କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ବରେ ୟୁନିଟ ୩ ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସୁସାହିତ୍ଯିକା ଉଷାରାଣୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ଯରେ କବି ଓ କବୟତ୍ରୀ ମାନଙ୍କ ହୃଦୟରେ ଆତ୍ମାରେ ଅହରହ […]

You May Like

Pin It on Pinterest