ଆଗାମୀ ଦିନରେ ଦୌଡ଼ିବ ମିଶନ ଶକ୍ତି, ପୂରଣ ହେବ ବିକଶିତ ଓଡ଼ିଶାର ସ୍ୱପ୍ନ-ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଆଗାମୀ ଦିନରେ ଦୌଡ଼ିବ ମିଶନ ଶକ୍ତି, ପୂରଣ ହେବ ବିକଶିତ ଓଡ଼ିଶାର ସ୍ୱପ୍ନ । ସରକାର ବଦଳିବା ପରେ ମିଶନ ଶକ୍ତିକୁ ନେଇ ବିଭିନ୍ନ ଚର୍ଚ୍ଚା ଭିତରେ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଚିବ ଓ ବରିଷ୍ଠ ଅଧିକାରୀ ସହ ବିଭାଗର ସମୀକ୍ଷା ପରେ ପ୍ରଭାତୀ ପରିଡ଼ା କହିଛନ୍ତି, ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ଏବଂ ୟୁଏନ୍ ଏଜେନ୍ସି ସହିତ ଅନୁବନ୍ଧିତ । ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ଦେଶର ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ । ମିଶନ ଶକ୍ତି ବିଭାଗ ବିକଶିତ ଓଡ଼ିଶାର ସ୍ୱପ ପୂରଣ କରିପାରିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।

ଏବେ ମିଶନ ଶକ୍ତିରେ …

୬ ଲକ୍ଷ ୨ ହଜାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଅଛନ୍ତି
ପ୍ରତି ଗ୍ରୁପରେ ୧୦ରୁ ୧୨ ମହିଳା ସଦସ୍ୟ ରହିଛନ୍ତି
ମୋଟ ପ୍ରାୟ ୭୨ ଲକ୍ଷ ମହିଳା ସଦସ୍ୟ ଅଛନ୍ତି
ମିଶନ ଶକ୍ତିର ଏହି ବିଶାଳ ସଂଗଠନର ଭବିଷ୍ୟତ କ’ଣ ହେବ, ଏହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ସଙ୍କେତ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ନୂଆ ସରକାର । ବିଜେପି ତା’ ଇସ୍ତାହାରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ।

ମୋଦୀ ଗ୍ୟାରେଣ୍ଟି-୨୦୨୪

୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା
୨୦୨୪-୨୫ରେ ୧୬ ଲକ୍ଷ ୧୯ ହଜାର ‘ଲକ୍ଷପତି ଦିଦି’ ପାଇଁ ଲକ୍ଷ୍ୟ ରହିଛି
ଏଥିକୁ ଦୃଷ୍ଟିରେ ରଖି ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଶିଳ୍ପ କ୍ଲଷ୍ଟର ପ୍ରତିଷ୍ଠା, ମହିଳା ଉଦ୍ୟୋଗୀଙ୍କୁ ଦିଆଯିବ ପ୍ରୋତ୍ସାହନ
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ପରିଣତ କରିପାରିଲେ ଏସଏଚଜି ଗ୍ରୁପକୁ ମୂଳ ଋଣର ୧୦ ପ୍ରତିଶତ ଛାଡ଼’ସୁଭଦ୍ରା ଯୋଜନା’ରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ,ଯାହାକୁ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ମହିଳା ।

ମିଶନ ଶକ୍ତିର ଭବିଷ୍ୟତ

ମିଶନ ଶକ୍ତିରେ କିଛି ପରିବର୍ତ୍ତନ କରିପାରନ୍ତି ସରକାର
ନା’ ପରିବର୍ତ୍ତନ ହେବା ସମ୍ଭାବନା ମଧ୍ୟ ରହିଛି ଋଣ ରାଶି ବୃଦ୍ଧି ହୋଇପାରେ,ତେବେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ରାଜ୍ୟର ସବୁଠୁ ବଡ଼ ଭୋଟ ବ୍ୟାଙ୍କ କୁହାଯାଉଥିବା ବେଳେ ଏହାକୁ ହାତଛଡ଼ା କରିବାକୁ ଚାହିଁବ ନାହିଁ ରାଜ୍ୟରେ ପ୍ରଥମ ଥର ସରକାର ଗଠନ କରିଥିବା ବିଜେପି ।

ସେୟାର କରନ୍ତୁ

Next Post

ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ....

Tue Jun 18 , 2024
ବାସ୍ତବ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଏହି ଅବସରରେ ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ସେମାନଙ୍କୁ ଶପଥ ପାଠ କରାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ପ୍ରଭାତୀ ପରିଡା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ […]

You May Like

Pin It on Pinterest