ରାଜ୍ୟରେ କରୋନାର ସ୍ଥିତି…

ବାସ୍ତବ ବ୍ୟୁରୋ-ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଅପଡ଼େଟ ଦେଇ କହିଛନ୍ତି ଯେ କରୋନା ସଂକ୍ରମିତ ପରିସରକୁ ଛୁଇଁବା ପରେ ସଂକ୍ରମଣ ହୁଏ । ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କରୁ ମଧ୍ୟ ସଂକ୍ରମଣ ହୋଇପାରେ । କରୋନା ପାଇଁ ଆମେରିକା ସ୍ଥିତି ସବୁଠୁ ଖରାପ ରହିଛି । କିନ୍ତୁ ଭାରତରେ ଏଯାଏଁ କରୋନା ବିସ୍ଫୋରଣ ପର୍ଯ୍ୟାୟକୁ ଆସିନି ବୋଲି ବାଗଚୀ କହିଛନ୍ତି ।

ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ ଓଡ଼ିଶାରେ କୋଭିଡ-୧୯ ପରୀକ୍ଷା ପାଇଁ ବହୁ ପଦକ୍ଷେପ ନିଆଯାଇଛି । ନମୁନା ଟେଷ୍ଟିଂକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ କରୋନା ମୁକାବିଲା ପାଇଁ ପ୍ରଭାବଶାଳୀ ଅସ୍ତ୍ର ହେଉଛି ଟେଷ୍ଟିଂ । କୋଭିଡ କେଉଁଠି ଓ କେଉଁ ସ୍ତରରେ ଅଛି ଏହା କେବଳ ଟେଷ୍ଟିଂରୁ ହିଁ ଜଣାପଡ଼ିବ । ସର୍ବଭାରତୀୟ ସ୍ତରରେ ଓଡ଼ିଶା ପରୀକ୍ଷଣରେ ବହୁ ଆଗାରେ ରହିଛି । ପ୍ରତି ୧୦ ଲକ୍ଷ ଲୋକ ସଂଖ୍ୟାରେ ଓଡ଼ିଶାରେ ୬୬୬ଟି ନମୁନା ପରୀକ୍ଷା ହୋଇପାରିଥିବା ବେଳେ ଜାତୀୟ ସ୍ତରରେ ଏହି ସଂଖ୍ୟା ହେଉଛି ୪୫୨ ।

ଶ୍ରୀମତୀ ପଣ୍ଡିତ କହିଛନ୍ତି, ଓଡ଼ିଶରେ ଫେବ୍ରୁଆରିରେ ଟେଷ୍ଟିଂ ଆରମ୍ଭ ହୋଇଥିଲା । ଆରମ୍ଭରୁ ପ୍ରଥମ ସପ୍ତାହରେ ୧୫୦୦ ନମୁନା ପରୀକ୍ଷା ହେଉଥିବା ବେଳେ ଏହା ଏବେ ୧୫ ହଜାର ହୋଇପାରିଛି । ପ୍ରତି ଦିନ ୨ ହଜାର ୨୦୦ରୁ ୨ ହଜାର ୪୦୦ ଟେଷ୍ଟିଂ ହୋଇପାରିଛି । ଏବେ ରାଜ୍ୟରେ ୮ଟି ନମୁନା ପରୀକ୍ଷାଗାର ରହିଛି । ଭୁବନେଶ୍ୱରରେ ୪ଟି, କଟକ, ବ୍ରହ୍ୱପୁର, ବୁର୍ଲା ଓ ରାଉରକେଲାରେ ଗୋଟିଏ ଲେଖାଏଁ ଅଛି । ଆଗାମୀ ଦିନରେ କୋରାପୁଟ, ବାଲେଶ୍ୱର, ବଲାଙ୍ଗୀର ଓ ବାରିପଦାରେ ମଧ୍ୟ ଟେଷ୍ଟିଂ ହେବ ।

ଓଡିଶା ଭଲ ସ୍ଥିତିରେ ରହିଛି । ଦିନକୁ ଦିନ ଯେତେ ଅଧିକ ପରୀକ୍ଷ ହେଉଛି ସେତେ କମ ପଜିଟଭ ବାହାରୁଛି । ତେବେ ପ୍ରତି ୨୫୦ଟି ପରୀକ୍ଷା କଲେ ଗୋଟିଏ ପଜିଟିଭ ବାହାରୁଛି । ଯାହା ଓଡିଶା ପାଇଁ ଆଶ୍ୱସ୍ତିକ ଖବର । ଆଗାମୀ ଦିନରେ ବଢିବ ଟେଷ୍ଟିଂ ସଂଖ୍ୟା । ବର୍ତ୍ତମାନ ଓଡିଶାରେ ନମୂନା ପରୀକ୍ଷା କରିବା ଶକ୍ତି ୨ ହଜାରରୁ ଅଧିକ ରହିଛି । ପ୍ରଥମ ସପ୍ତାହରେ ୧୫୧୮, ୨ୟ ସପ୍ତାହରେ ୨୮୪୮, ତୃୟୀୟ ସପ୍ତାହରେ ୭୦୧୪ ଓ ୪ର୍ଥ ସପ୍ତାହରେ ୧୪୯୩୯ଟି ପରୀକ୍ଷା ହୋଇଛି ।

ତେବେ ପ୍ରତି ସପ୍ତାହରେ ପରୀକ୍ଷା ସଂଖ୍ୟା ବଢୁଥିବା ବେଳେ ଓଡିଶାରେ ୮ଟି ଲ୍ୟାବରେ କରୋନା ପରୀକ୍ଷା ହେଉଛି । ଆଗାମୀ ଦିନରେ ୪ଟି ଜିଲ୍ଲାରେ ପରୀକ୍ଷା ହେବ । ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟରେ ପରୀକ୍ଷା କରିବାକୁ ଯୋଜନା ଚାଲିଛି ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ।

“ତେବେ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଥିବା ୮୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଲକ୍ଷଣ ଦେଖାଦେଉଛି । ମାତ୍ର ଅନ୍ୟ ମାନଙ୍କର କୌଣସି ଲକ୍ଷଣ ଦେଖାଯାଉନି । ତେଣୁ ବିନା ଲକ୍ଷଣର ଲୋକ ଆପଣଙ୍କୁ ସଂକ୍ରମିତ କରିପାରନ୍ତି । ତେଣୁ ଆମେ ଲକ୍ଷଣ ଓ ବିନା ଲକ୍ଷଣର ଲୋକଙ୍କୁ ପରୀକ୍ଷା କରୁଛୁ । ଯେଉଁମାନେ ବିପଦପୂର୍ଣ୍ଣ ଜୋନରେ ଅଛନ୍ତି ସେମାନଙ୍କୁ ଟେଷ୍ଟ କରୁଛୁ “।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପରଲୋକରେ ବଲିଉଡ୍ ର ଭେଟେରାନ୍ ଅଭିନେତା ଋଷି କପୁର..

Thu Apr 30 , 2020
ବାସ୍ତବ ବ୍ୟୁରୋ-ପରଲୋକରେ ବଲିଉଡ୍ ର ଭେଟେରାନ୍ ଅଭିନେତା ଋଷି କପୁର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ୩ ଅକ୍ଟୋବର ୨୦୧୮ରେ ଋଷିଙ୍କୁ କ୍ୟାନ୍ସର ହୋଇଥିବା ଖବର ଆସିଥିଲା । ଏହା ପରେ ସେ ଏକ ବର୍ଷ କାଳ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ସେ ୨୦୧୯ ସେପ୍ଟେମ୍ବର ମାସରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । […]

You May Like

Pin It on Pinterest