ଶରତ ଙ୍କ ଉପରେ କାଳି ମାଡ଼ କରିଥିବା ଦୁର୍ବୁତ୍ତ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ:ସାଲୁଜା…

ଭୁବନେଶ୍ୱର ୨୨/୦୬(ଗୌତମ ମିଶ୍ର ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା କୁ ନେଇ ଯୋର ଧରିଛି ରାଜନୈତିକ ଚର୍ଚ୍ଚା । କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ଏହି ଘଟଣାରେ ଏବେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଯିଏ ଏପରି କାଣ୍ଡ ଘଟାଇଛି ଖୁବ୍ ଶୀଘ୍ର ତାକୁ ଚିହ୍ନଟ କରାଯାଇ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେହିପରି କାହା ଇଙ୍ଗିତରେ ଏପରି ଘଟଣା ଘଟିଛି ତାହାର ତଦନ୍ତ ହେବ ବୋଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।ସୂଚନାଯୋଗ୍ୟ, ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହୋଇଛି ।

ସଂଘବଦ୍ଧ ହୋଇ କିଛି ଦୁର୍ବୁତ୍ତ କଂଗ୍ରେସ ଭବନକୁ ଧସେଇ ପଶି ପିସିସି ସଭାପତିଙ୍କ ଚାମ୍ବରରେ କାଳି ମାଡ କରି ଓ ତାଙ୍କ ବିରୋଧରେ ନାରାବାଜି ବି ଦେଇଥିଲେ ।

ସେୟାର କରନ୍ତୁ

Next Post

ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ....

Sat Jun 22 , 2024
ଭୁବନେଶ୍ୱର ୨୨/୦୬(ପ୍ରମୋଦ ନାୟକ):ଓଡିଶାର ପ୍ରାୟ ଅଧିକାଂଶ ସ୍ଥାନରେ ପହଞ୍ଚିସାରିଲାଣି ମୌସୁମୀ। ୨ ରୁ ୩ ଦିନ ଭିତରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସେପଟେ ନୂତନ ସରକାର ଗଢ଼ିବା ପରେ ଆକ୍ସନ ମୋଡରେ ଅଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀ। ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ସମସ୍ତଙ୍କ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ଉନ୍ନୟନ […]

You May Like

Pin It on Pinterest