ରାଜ୍ୟର ସବୁବ୍ଲକ୍ ରେ ହେବ ଶୀତଳ ଭଣ୍ଡାର:କୃଷ୍ଣଚନ୍ଦ୍ର

ଭୁବନେଶ୍ୱର ୨୪/୦୬(ଗୌତମ ମିଶ୍ର ): ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ବିଜେପିର ସଂକଳ୍ପପତ୍ର ଅନୁଯାୟୀ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। ମୁଖ୍ୟମନ୍ତ୍ରୀ ବି ଏହାଉପରେ ଗୁରୁତ୍ବ ଦେଉଛନ୍ତି। କ୍ୟାବିନେଟ ବୈଠକରେ ଏ ନେଇ ଖୁବଶୀଘ୍ର ଆଲୋଚନା କରାଯିବ।
ଏହାଛଡ଼ା ରାଜ୍ୟରେ ଆଳୁ ପିଆଜ ଦରବୃଦ୍ଧିର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ନାସିକରୁ ପିଆଜ କୁଇଣ୍ଟାଲ ପିଛା ୨୯୩୫ ଟଙ୍କାରେ କିଣା ଯାଉଛି। ପରିବହନ ଖର୍ଚ୍ଚ ସହିତ ଖୁଚୁରା ମାର୍କେଟ କିଲୋ ପିଛା ଦର ୪୦ ଟଙ୍କା ରହିଛି ।
ସେ ଆହୁରି କହିଛନ୍ତି, ବ୍ୟବସାୟୀଙ୍କ ଅନାବଶ୍ୟକ ହୋର୍ଡିଂ ଉପରେ ବିଭାଗ ନଜର ରଖିଛି। ସବୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବ୍ୟବସାୟୀଙ୍କ ସହ କଥା ହୋଇ ଷ୍ଟକ ଉପରେ ନଜର ରଖିବାକୁ କୁହାଯାଇଛି। ସରକାରଙ୍କ ନୀତି ନିୟମରେ ଖିଲାପି କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଳୁ ବି ନାସିକରୁ ଆସୁଥିବାରୁ ଦର ଉଚ୍ଚା ରହିଛି। କଳବଜାରୀ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବି କୁହାଯାଇଛି।

ସେୟାର କରନ୍ତୁ

Next Post

ମୂଖ୍ୟମନ୍ତ୍ରୀ ଙ୍କ ଭାଷଣକୁ ନେଇ ପ୍ରତାପ ଦେବଙ୍କ ବିଷୋଦ୍ଗାର...

Tue Jun 25 , 2024
ବାସ୍ତବବ୍ୟୁରୋ(ଭୁବନେଶ୍ୱର) :କେନ୍ଦୁଝରରେ ମୁଖ୍ଯମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଦୁର୍ଭାଗ୍ଯଜନକ । ଖଣି ଦୁର୍ନୀତି ହୋଇଥିଲା । ଏଥିରେ କାହାରିକୁ ଛଡାଯିବନି । ସେ ବିରୋଧୀ ଦଳରେ ଥିବାବେଳେ ସରକାରୀ ଦଳ ପକ୍ଷରୁ ତାଙ୍କୁ ମନ୍ତ୍ରିପଦ ଓ ଅନ୍ଯାନ୍ଯ ପ୍ରଲୋଭନ ଦିଆଯାଇଥିଲା ତାହା ଅତ୍ଯନ୍ତ ଦୁର୍ଭାଗ୍ଯପୂର୍ଣ୍ଣ । ସାମ୍ବାଦିକ ସମ୍ମିଳନୀ କରି […]

You May Like

Pin It on Pinterest