୩୦୦ ୟୁନିଟ ମାଗଣା ବିଜୁଳି ର ଖୁଲାସ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ….

ବଲାଙ୍ଗୀର ୧୧/୦୭(ଶଙ୍କର୍ଷଣ ମିଶ୍ର): କେବେ ରାଜ୍ୟବାସୀ ପାଇବେ ୩୦୦ ୟୁନିଟ ମାଗଣା ବିଜୁଳି ? କେବେଠୁ କାର୍ଯ୍ୟକାରି ହେବ ଏହି ନୂଆ ଯୋଜନା ?ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ କେବେ ? ଏମିତି ଅନେକ ଦ୍ବନ୍ଦ ଲାଗି ରହିଥିବା ବେଳେ । ବିଜେଡି ମଧ୍ୟ ଏନେଇ ପ୍ରଶ୍ନ କରିଛି । ବେଳେ ବଡ କଥା ଖୁଲାସା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ପ୍ରଧାନମନ୍ତ୍ରୀ ସୂର୍ୟ୍ୟୋଦୟ ଯୋଜନାରେ ୩୦୦ ୟୁନିଟ ମାଗଣା ବିଜୁଳି ସୁବିଧା ଲୋକେ ପାଇବେ । ଯୋଜନାର ରୂପରେଖ ନେଇ ଏବେ କାର୍ଯ୍ୟ ଜାରି ରହିଛି ଓ ଖୁବଶୀଘ୍ର ଏହି ଯୋଜନା ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ବୁଧବାରଠାରୁ ତିନିଦିନିଆ ବଲାଙ୍ଗୀର ଗସ୍ତରେ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସିଧାସଳଖ ଲୋକଙ୍କ ସହ ଅଲୋଚନା କରିବା ସହ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ମାଗଣା ବିଜୁଳିକୁ ନେଇ ସେ ପ୍ରତିକ୍ରିୟା ରଖିଥିଲେ । ନୂଆ ସରକାର ଆସିବା ଦିନଠୁ ମାଗଣା ବିଜୁଳିକୁ ନେଇ ବିତର୍କ ଜାରି ରହିଛି । ଯେଉଁଥିରେ ବିରୋଧୀ ୩୦୦ ୟୁନିଟ ମାଗଣା ବିଜୁଳି କେବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେହିପରି ଲୋକଙ୍କ ମଧ୍ୟରେ ଏହାକୁ ନେଇ ଦ୍ଵନ୍ଦ ରହିଛି । ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, ”ଲୋକେ ମାଗଣା ବିଜୁଳିକୁ ନେଇ ଭୁଲ ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ସୂର୍ୟ୍ୟୋଦୟ ଯୋଜନାରେ ମାଗଣା ବିଜୁଳି ସୁବିଧା ମିଳିବ ।

ଏହି ଯୋଜନାରେ ସବସିଡିରେ ସରକାର ଘର ଛାତ ଉପରେ ସୋଲାର ପ୍ଲେଟ ଯୋଗାଇଦେବେ । ଏଥିରେ ପ୍ରାୟ ୩୦୦ ୟୁନିଟ ମାଗଣା ବିଜୁଳି ଲୋକ ପାଇବା ସହ ବଳକା ବିକ୍ରି କରିପାରିବେ । ଏହି ଯୋଜନାର ରୂପରେଖ ନେଇ ଏବେ କାର୍ଯ୍ୟ ଜାରି ରହିଛି ଓ ଖୁବଶୀଘ୍ର ଏହି ଯୋଜନା ଆସିବ ।

ସେୟାର କରନ୍ତୁ

Next Post

ଯମ ଦଣ୍ଡ ଠାରୁ ବଳି ପଡୁଛି ଶଯ୍ୟାଶାୟୀ ଜଗନ୍ନାଥ ଙ୍କ ଦୁଃଖ କିଏବା ବୁଝିବ.....

Fri Jul 12 , 2024
ବରଗଡ:-୧୨/୭(ନବୀନ କୁମାର ଦାଶ):ପୁଅ ବଡ ହେଲେ ପାଠ ସାଠ ପଢ଼ି ବାପା ମାଁ ଙ୍କ ସ୍ଵପ୍ନ ପୁରଣ କରିବ।ସବୁ ବାପ ମାଆ ମାନଙ୍କର ଆଶ, ହେଲେ କେତେଜଣଙ୍କର ପୁରଣ ହୁଏ?ଏବି ଜଣେ ବାପା,ନିଜେ ସିନା ଅଶିକ୍ଷିତ ହେଲେ ପୁଅ କୁ ପାଠ ପଢ଼ାଇ ମଣିଷ କରିବା ବୃଦ୍ଧ ବୟସରେ ଜୀବନରେ ସୁଖ ଆସିବ ଏମିତି କେତେ ସ୍ଵପ୍ନ ଦେଖୁ ଥିଲେ ଜଗନ୍ନାଥ। ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ତେଜା […]

You May Like

Pin It on Pinterest