
ବରଗଡ:-୧୨/୭(ନବୀନ କୁମାର ଦାଶ):ପୁଅ ବଡ ହେଲେ ପାଠ ସାଠ ପଢ଼ି ବାପା ମାଁ ଙ୍କ ସ୍ଵପ୍ନ ପୁରଣ କରିବ।ସବୁ ବାପ ମାଆ ମାନଙ୍କର ଆଶ, ହେଲେ କେତେଜଣଙ୍କର ପୁରଣ ହୁଏ?ଏବି ଜଣେ ବାପା,ନିଜେ ସିନା ଅଶିକ୍ଷିତ ହେଲେ ପୁଅ କୁ ପାଠ ପଢ଼ାଇ ମଣିଷ କରିବା ବୃଦ୍ଧ ବୟସରେ ଜୀବନରେ ସୁଖ ଆସିବ ଏମିତି କେତେ ସ୍ଵପ୍ନ ଦେଖୁ ଥିଲେ ଜଗନ୍ନାଥ।
ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ତେଜା ଗୋଲା ପଞ୍ଚାୟତ ରାୟଶୋଭା ଗ୍ରାମରେ ରୁହନ୍ତି ଜଗନ୍ନାଥ ଭୁଏ।ସ୍ତ୍ରୀ ମାଧୁରୀ ଓ ପୁଅ(୧୬)ଈଶ୍ୱର ଙ୍କୁ ନେଇ ହସ ଖୁସିର ସଂସାର।ନିଜେ ଭୂମିହୀନ ହୋଇଥିଲେ ମଧ୍ୟ ଅନ୍ୟର କାମ ଧନ୍ଦା କରି ପରିବାର ପୋଷଣ ରେ କେବେ ଅବହେଳା କରି ନାହାନ୍ତି ସେ।କିନ୍ତୁ ବିଧିର ବିଧାନ ବିଚିତ୍ର।ହଠାତ୍ ପରିବାର ର ଏକ ମାତ୍ର ରୋଜ ଗାରିଆ ଜଗନ୍ନାଥ ଆଜି ଶଯ୍ୟା ଶାୟୀ।ପାରାଲିସିସ୍ ରେ ଆକ୍ରାନ୍ତ ହୋଇଥିବା ବେଳେ ଉଚ୍ଚ ରକ୍ତଚାପ ର ଶିକାର ହୋଇ ମସ୍ତିଷ୍କ ପକ୍ଷାଘାତ ରୋଗ ରେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଛନ୍ତି।
ବୁର୍ଲା ଡାକ୍ତର ଖାନା ତଥା ଆଖପାଖ ଅଞ୍ଚଳରୁ ଚିକିତ୍ସିତ ହୋଇ କୌଣସି ସୁଫଳ ମିଳିନାହିଁ।ବର୍ତ୍ତମାନ ଅବସ୍ଥା ରେ ସ୍ତ୍ରୀ ଅନ୍ୟ ର କାମ ଧନ୍ଧା ଖଟିବା କୁ ମଧ୍ୟ ସ୍ବାମୀ କୁ ଛାଡ଼ି ଯାଇ ପାରୁ ନାହାନ୍ତି।ଆୟ ର କୌଣସି ସୂତ୍ର ନାହିଁ।ଯାହା କେବଳ ରାସନ କାର୍ଡ ରୁ ମିଳୁଥିବା ୫କିଲୋ ଚାଉଳ ସମୁଦ୍ରକୁ ଶଙ୍ଖେ ପାଣି।ଏମିତି ପରିସ୍ଥିତି ରେ ପୁଅ ର ପାଠ ପଢା ମଧ୍ୟ ଅନ୍ଧକାର ରେ।ତେବେ କୌଣସି ସରକାରୀ ଅଥବା ସହୃଦୟ ବ୍ୟକ୍ତି ଙ୍କ ସାହାଯ୍ୟ ପାଇଲେ ପୁଅ ର ପାଠ ପଢା ସହିତ ଜଗନ୍ନାଥ ଙ୍କ ଚିକିତ୍ସା କରାଇ ପାରନ୍ତେ ବୋଲି କୋହ ଭରା କଣ୍ଠରେ କହନ୍ତି ମାଧୁରୀ।ସତେ ଯେପରି ଦୁଃଖର ପାହାଡ ଖସି ପଡ଼ିଛି ମାଧୁରୀ ଙ୍କ ମୁଣ୍ଡ ଉପରେ।ଜଗନ୍ନାଥଙ୍କ ପରିବାରକୁ ସାହା ସେଇ ଲୀଳାମୟ ଜଗତର ନାଥ ଜଗନ୍ନାଥ।



