ଚରମ ସୀମାରେ ସ୍କୁଲ ପୋଷାକ ଦୁର୍ନୀତି ଉଚ୍ଚ ସ୍ତରୀୟ ତଦନ୍ତ ଦାବି….

ନର୍ଲା(ନି.ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ୧୯୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୯ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବସ୍ଥିତ ଅଟେ ମୋଟ ୨୨୨ ଗୋଟି ବିଦ୍ୟାଳୟ ର ପ୍ରଥମ ରୁ ଦଶମ ଶ୍ରେଣୀ ରେ ଚଳିତ ବର୍ଷ ସର୍ବ ମୋଟ ୧୬୦୮୯ ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ପ୍ରତି ଛାତ୍ର ପିଛା ପୋଷାକ ଓ ଜୋତା ବାବଦ କୁ ଏକ ହଜାର ଟଙ୍କା ଦେଇଛନ୍ତି।

ହେଲେ ମୋଟ ଏକ କୋଟି ଷାଠିଏ ଲକ୍ଷ୍ୟ ଅଣାନବେ ହଜାର ଟଙ୍କା ଚଳିତ ବର୍ଷ ନର୍ଲା ବ୍ଲକ ରୁ ପୋଷାକ ଯୋଗାଇ ବା ବ୍ୟବସ୍ଥା ରହିଛି କିନ୍ତୁ ବଡ ଦୁଃଖର ବିଷୟ କି ଯେ ନର୍ଲା ବ୍ଲକ ରୁପ୍ରା ରୋଡ଼ ଗ୍ରାମର ହାତ ଗଣତି କିଛି ଅସାଧୁ ବ୍ୟବସାୟୀ ଯଥା ପ୍ରଦୀପ ଟେକ୍ସଟାଇଲସ,କମଳ କ୍ଲଥ ଷ୍ଟୋର ରମାନୁଜ ଟ୍ରେଡ଼ର୍ସ ଓ ସିଦ୍ଧାନ୍ତ କ୍ଲଥ ଷ୍ଟୋର ମାନେ ଦୀର୍ଘ ବର୍ଷ ଧରି ଲଗାତାର ଭାବରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ କଲିକତା ର ଅତ୍ୟନ୍ତ ନିମ୍ନ ମାନର ରୋଟୋ କନାର ସ୍କୁଲ ପୋଷାକ ଯୋଗାଇ ବାର୍ଷିକ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରି ଆସୁଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଆସୁଅଛି ।କିଛି ମହିଳା ଗୋଷ୍ଠୀ ଙ୍କୁ ମଧ୍ୟ ପୋଷାକଯୋଗାଣ ରେ ବିଭାଗ ଆନ୍ତର୍ଭୂକ୍ତ କରିଛନ୍ତି କିନ୍ତୁ ସେମାନେ ବି ସେହି ଅସାଧୁ ବ୍ୟବସାୟ ଙ୍କ ଠାରୁ କିଣି ହାଇସ୍କୁଲ ମାନଙ୍କୁ ରୋଟୋ କନା ର ପୋଷକ ଯୋଗାଇ ଥିବା ଦେଖା ଯାଇଛି କାରଣ ଉକ୍ତ ଠକ ବ୍ୟବସାୟୀ ମାନେ ସିଆରସିସି ଠାରୁ ଆରମ୍ଭ କରି ରାଜନେତା ଓ ପଦସ୍ଥ ଅଧିକାରୀ ମାନଙ୍କୁ ମୋଟା ଅଙ୍କର ପିସି ଦେଇ ମୁଁହ ବନ୍ଦକରୁଥିବା ଅଭିଯୋଗ ହୋଇଛି ।

ବିଭିନ୍ନ ସ୍କୁଳ କୁ ନମୁନା ଦେବା ସମୟରେ ଠିକ ଠାକ ମାନର ନମୁନା ଦେଉଛନ୍ତି ଯୋଗାଣ ସମୟରେ ସେହି ନିମ୍ନ ମାନର ପୋଷାକ ଯୋଗାଇ ଦେଇ ପଚାଶ ରୁ ଷାଠିଏ ପ୍ରତିଶତ ଅର୍ଥ ବାଟମାରଣା ହେଉଥିବା ବେଳେ ଉକ୍ତ ପୋଷାକ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି

ଏଣୁ ଏହାର ଉଚ୍ଚ ସ୍ତରୀୟ ଏକ କମିଟି ଦ୍ଵାରା ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟବସାଇଙ୍କୁ କଳା ତାଲିକା ଭୁକ୍ତ କରିବା ପାଇଁ ନର୍ଲା ପ୍ରେସ ଏଶୋସେସନ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଏବଂ ଜିଲ୍ଲାପାଳ କଳାହାଣ୍ଡି ଓ ଜିଲ୍ଲା ଏବଂ ବ୍ଲକ ଶିକ୍ଷ୍ୟାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛିନ୍ତି ।

ସେୟାର କରନ୍ତୁ

Next Post

୩୨ ଟଙ୍କାରୁ ଅଧିକ ଦରରେ ଆଳୁ ବିକିଲେ ବ୍ୟବୟାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ-ମନ୍ତ୍ରୀ....

Fri Jul 26 , 2024
ଭୁବନେଶ୍ୱର(ନି.ପ୍ର): ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଆଳୁ ଗୋଦାମରେ ସ୍ଥିତି ପରଖି କହିଲେ, ୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ ବିକିଲେ ବ୍ୟବୟାସୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆଳୁ ସମସ୍ୟା କୁ ନେଇ ବୈଠକ ବସିବା ପୂର୍ବରୁ, ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରଖିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଗାମୀ ୭ […]

You May Like

Pin It on Pinterest