
ଭୁବନେଶ୍ୱର(ନି.ପ୍ର): ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି,ସୁଭଦ୍ରା ଯୋଜନା SOP ଚାଲିଛି ।ଏ ନେଇ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି ।କୌଣସି ଫର୍ମ ବାହାରି ନାହିଁ,ଏସ୍ଓପି ପ୍ରସ୍ତୁତି ଚାଲିଛି ।
ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୁଦ୍ଧିଜୀବୀଙ୍କ ମତାମତ ନେବୁ
ବୁଦ୍ଧିଜୀବୀଙ୍କ ମତାମତ ପରେ ଏସ୍ଓପି ପ୍ରସ୍ତୁତ କରାଯିବ
ସରକାର ସମସ୍ତଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବେ ।
କୌଣସି ୱେବସାଇଟ୍ ଖୋଲିନି ,କେହି ଭ୍ରମିତ ହୁଅନ୍ତୁ ନାହିଁ,ଏଥିପାଇଁ ଇନକମ୍ ସାର୍ଟିଫିକେଟ ଦରକାର ପଡ଼ିବ ନା ନାହିଁ ସ୍ଥିର ହୋଇନାହିଁ ।ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ ହେବ ।