ଦେଶରେ ବଢ଼ିଲା କରୋନା ଆରୋଗ୍ୟ ହାର

ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ଦେଶରେ କରୋନା ସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୭୧୮ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ମୋଟ ସଂକ୍ରମିତ ସଂଖ୍ୟା ୩୩୦୫୦ ରେ ପହଞ୍ଚିଛି ।  ତେବେ ଦେଶର ଆରୋଗ୍ୟ ହାର ନିୟମିତ ଭାବେ ବଢିଚାଲିଛି । ଗତ ୨୪  ଘଣ୍ଟାରେ ୬୩୦ ଜଣ ସୁସ୍ଥ ହୋଇଛନ୍ତି ଓ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮୩୨୪ ରେ ପହଞ୍ଚିଛି । ମାତ୍ର ୧୪ ଦିନ ପୂର୍ବେ ଦେଶର ଆରୋଗ୍ୟ ହାର ୧୩ ପ୍ରତିଶତ ଥିବାବେଳେ ଏବେ ତାହା ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ମୃତ୍ୟୁହାର ୩.୨ ପ୍ରତିଶତରେ ସ୍ଥିର ରହିଛି ଓ ଦେଶର ମୃତକଙ୍କ ମଧ୍ୟରୁ ୭୮ ପ୍ରତିଶତଙ୍କର ପୂର୍ବରୁ ଅନ୍ୟ ରୋଗଥିଲା ବୋଲି କହିଛନ୍ତି ଲବ ଅଗ୍ରଓ୍ୱାଲ । ସେ କହିଛନ୍ତି ଯେ ଦେଶର ଦ୍ୱିଗୁଣିତ ହାର ମଧ୍ୟ ୧୧ ଦିନକୁ ବୃଦ୍ଧି ପାଇଛି । ଦେଶରେ କେବଳ ଆରଟି-ପିସିଆର ଟେଷ୍ଟ କରାଯାଉଛି ।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ଶ୍ରମିକ,ଛାତ୍ରଛାତ୍ରୀ, ପର୍ଯ୍ୟଟକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବା ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ । ଏବେ କେବଳ ବସରେ ସେମାନଙ୍କ ପରିବହନ କରିବା ଲାଗି ଗାଇଡଲାଇନ୍ ଜାରି ହେଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri May 1 , 2020
୧-ରାଜ୍ୟରେ ଆଉ ଏକ କୋରୋନା ସଂକ୍ରମଣ ଚିହ୍ନଟ ,ପଜିଟିଭ୍ ବ୍ୟକ୍ତି ଜଣକ ବାଲେଶ୍ଵରର ,ବାଲେଶ୍ୱର କୋରୋନା ସଂକ୍ରମଣ ସଂଖ୍ୟା: ଏବେ ୨୦ ରେ ପହଞ୍ଚିଲା । ୨-ଯାଜପୁର ପାଲଟିଲା ଦ୍ଵିତୀୟ କରୋନା ପ୍ରବଣ ଜିଲ୍ଲା ,ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ । ୩- ଦେଶରେ ଗୋଟିଏ ଦିନରେ ୧୭୧୮ ସଂକ୍ରମିତ ଚିହ୍ନଟ,୭୨ ମୃତ। ୪-UGC ଗାଇଡଲାଇନ ତର୍ଜମା ହେବ, ଜୁନ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ପାଇଁ […]

You May Like

Pin It on Pinterest