ବାସ୍ତବ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଲେ ଯୁବ ଶୁଟର ମନୁ ଭାକର । ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ଭାକର ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମନୁ ଭାକରଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାନୁଯାୟୀ, ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ କରିଥିଲେ ହେଁ ଫାଇନାଲ ରାଉଣ୍ଡରେ ପ୍ରବେଶ କରି ପାରି ନଥିଲେ। ପ୍ରଥମ ସିରିଜର ୫ ଶୁଟରେ ମନୁ ଭାକର ୩ ଥରରୁ ୧୦ରୁ ଅଧିକ ପଏଣ୍ଟ ସ୍କୋର କରିଥିଲେ। ଦ୍ୱିତୀୟ ସେଟ ପରେ ତାଙ୍କୁ ପଏଣ୍ଟ ୧୦୦.୩ ହୋଇଯାଇଥିଲା। ସେ ପୂରା ରାଉଣ୍ଡରେ ୩ ନଂରୁ ତଳକୁ ଖସି ନାହାନ୍ତି। ଏକଦା ସେ ଦୁଇ ନମ୍ବର ସ୍ଥାନକୁ ମଧ୍ୟ ଚାଲି ଯାଇଥିଲେ। ହେଲେ ଶେଷ ରାଉଣ୍ଡରେ ତାଙ୍କ ଠାରୁ ଦକ୍ଷିଣ କୋରିଆର କିମ ଭଲ ପ୍ରଦର୍ଶନ କରିଥିଲେ।