ବିଜେପିରେ ଯୋଗଦେଲେ ମମତା ମହନ୍ତ

ବାସ୍ତବ ବ୍ୟୁରୋ:  କୁଡୁମୀ ନେତ୍ରୀ ମମତା ମହାନ୍ତ ଗତକାଲି ବିଜେଡି ଓ ରାଜ୍ୟସଭା ସଦସ୍ୟତା ପଦରୁ ଦେଇଥିଲେ ଇସ୍ତଫା ଆଉ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି।

ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, “ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ। ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି। ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି। ଲୋକଙ୍କ ସେବା, କୁଡ଼ୁମୀ ସମାଜର ଉନ୍ନତି ପାଇଁ ବିଜେପିରେ ମିଶିଲି।”

ସେୟାର କରନ୍ତୁ

Next Post

୭୮ତମ ସ୍ବାଧୀନତା ଦିବସ ଲାଗି କଟକ ଜିଲ୍ଲାରେ ପ୍ରସ୍ତୁତି ବୈଠକ...

Thu Aug 1 , 2024
ସଂଜୟ ଶତପଥୀ(କଟକ): ଆଗାମୀ ୧୫ ଅଗଷ୍ଟ ୨୦୨୪ ରେ ହେବାକୁ ଥିବା ୭୮ ତମ ସ୍ବାଧିନତା ଦିବସ ପାଳନ ଲାଗି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିଲାପାଳ ଶ୍ରୀ ଉମାକାନ୍ତ ରାଜ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କଟକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଦିବସ ରେ ପ୍ରଭାତ ଫେରି, ଶ୍ରୀରାମ ଧୂନ୍, ସହରରେ ଆଲୋକ ସଜ୍ଜା, ପ୍ରବନ୍ଧ ପ୍ରତିଯୋଗିତା, ଜାତୀୟ ପତାକା ଉତ୍ତୋଳନ, […]

You May Like

Pin It on Pinterest