ପେନସନର ମାନଙ୍କ ଚିକିତ୍ସା ଭତ୍ତା ପ୍ରସଙ୍ଗକୁ ବିଧାନସଭା ରେ ଉପସ୍ଥାପନ କରିବେ ବିଧାୟିକା ସୋଫିଆ ଫିର୍ଦୋଷ

କଟକ(ସଂଜୟ ଶତପଥୀ): ରାଜ୍ୟର ୩.୫ଲକ୍ଷ ପେନସନର ଓ ପରିବାର ପେନସନର ମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଅଗଷ୍ଟ ୧ତାରିଖ ଦିନ ୧୨ଟା ସମୟରେ କଟକ ସେଲଟର ଛକସ୍ଥିତ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଙ୍କ କାର୍ଯ୍ୟାଳୟ ରେ ମହାସଂଘର ଅଧ୍ଯକ୍ଷ ପ୍ରତାପ ଚନ୍ଦ୍ର ଦାସ ଓ ଜିଲ୍ଲା ମୁଖ୍ୟ ସଂଯୋଜକ ସୁବୋଧ କୁମାର ରାୟ ସୋଫିଆ ଫିର୍ଦୋଷ ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇବା ସହିତ ମହାସଂଘର ମହାସଚିବ ଗୋକୁଳାନନ୍ଦ ବେହେରା “ପେନସନର ମାନଙ୍କ ଚିକିତ୍ସା ଭତ୍ତା ସମ୍ବନ୍ଧୀୟ” ସ୍ମାରକପତ୍ର ପ୍ରଦାନ କରିଥିବାବେଳେ ମହାସଂଘର ଉପାଧ୍ଯକ୍ଷ ଦ୍ଵାରିକାନାଥ ମହାନ୍ତି “ପେନସନର ମାନଙ୍କ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିବା ଗୁରୁତ୍ୱପୂର୍ଣ୍ଣ “ଚିକିତ୍ସା ଭତ୍ତା” ଦାବିଟିକୁ ବିଧାନସଭାରେ ଉଠାଇ ବାକୁ ଓ କଟକ ସ୍ଥିତ ସଂଘ ଗୃହଟିର ଯଥାଶୀଘ୍ର ନବୀକରଣ କରିବାକୁ ପୂର୍ବରୁ ମିଳିଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ।

ମାନ୍ୟବର ବିଧାୟିକା ଉଭୟ ବିଷୟ ପ୍ରତି ନିଶ୍ଚୟ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମ ର ଅନ୍ୟତମ ନେତୃତ୍ୱ କଟକ ନଗର କଂଗ୍ରେସ କମିଟି ର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ଗିରିବାଳା ବେହେରାଙ୍କୁ ମହାସଂଘର ସି.ଡି.ଏ.ଯୋନ ସଭାପତି ଧୀରେନ୍ଦ୍ର କୁମାର ନାୟକ ଓ ଶିଶିର କୁମାର ନାୟକ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ସୁବୋଧ କୁମାର ମହାନ୍ତି, ପୂର୍ଣ ଚନ୍ଦ୍ର ନାୟକ, ସୁଦର୍ଶନ ପ୍ରଧାନ,ଡ଼.ପ୍ରଫୁଲ୍ଲ କୁମାର ନାୟକ, ଗୋପୀନାଥ କର, ମଦନ ମୋହନ ସିଂହ,ପରମାନନ୍ଦ ବେହେରା, ଗୋପୀନାଥ ବାରିକ, ପ୍ରଶାନ୍ତ ରାୟ ତପଚାରି, ବୈଷ୍ଣବ ଚରଣ ପରିଡା. ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ନେତୃତ୍ୱ ମାନେ ଯୋଗ ଦେଇଥିଲେ ବୋଲି ମହାସଂଘର କାର୍ଯ୍ୟକାରୀ ଅଧ୍ଯକ୍ଷ ନିର୍ମଳ ଚନ୍ଦ୍ର ଦାସ ଏକ ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।

ସେୟାର କରନ୍ତୁ

Next Post

ଆମ ପରିବାର, ଅତାବିରା"ପକ୍ଷରୁ ଅତାବିରାରେ ସମଲପୁରୀ ଦିନ୍ ପାଳିତ...

Fri Aug 2 , 2024
ବରଗଡ:-୨.୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ”ଆମ ପରିବାର”,ଅତାବିରା ତରଫରୁ ଏଥର ୬ବର୍ଷରେ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ-୨୦୨୪ ଖୁବ୍ ଧୁମଧାମରେ ପାଳିତ ହୋଇ ଯାଇଛି। ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ ସାମାଜିକ ଅନୁଷ୍ଠାନ”ଆମ ପରିବାର”, ଅତାବିରା ର ସଭାପତି ତଥା ମୁଖ୍ୟ ବରିଷ୍ଠ ନିର୍ଭୀକ ସାମ୍ବାଦିକ ନବୀନ କୁମାର ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅତାବିରା ତହସିଲଦାର […]

You May Like

Pin It on Pinterest