ପାଣିପାଗ ନେଇ ସତର୍କ ସୂଚନା: ୨୪ ଘଣ୍ଟାରେ ଆଉ ଏକ ଲଘୁଚାପ

ବାସ୍ତବ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ଏହାର ପ୍ରଭାବ ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉକ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି (ଗୁରୁବାର) ସକାଳ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁରର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ସୋନପୁରର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦ ତାରିଖ ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼,କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ କରାଯାଇଛି।

ସେୟାର କରନ୍ତୁ

Next Post

ରାଜ୍ୟରେ ବଡ଼ଧରଣର ଆଇଏଏସ୍ ସ୍ତରରେ ଅଦଳ ବଦଳ....

Thu Aug 8 , 2024
ଭୁବନେଶ୍ବର(ନି.ପ୍ର): ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ।ବିଳମ୍ବିତ ରାତିରେ ଅଧିକାରୀଙ୍କ ବଦଳି କରିଛନ୍ତି ସରକାର। ସରକାର ବଦଳିବା ପରେ ଜିଲ୍ଲାପାଳ ସ୍ତରରେ କେବେ ବଦଳି ହେବ ସେ ନେଇ ଚର୍ଚ୍ଚା ଧରିଥିଲା। ମୋଟ୍ ୨୫ଜଣ ଅଧିକାରୀଙ୍କର ବଦଳି ହୋଇଛି । ଏଥିରେ ୨୨ଜଣ ଆଇଏଏସ୍, ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ଅଛନ୍ତି ।ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ […]

You May Like

Pin It on Pinterest