ସୁପ୍ରିମକୋର୍ଟଙ୍କ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ….

ନୂଆଦିଲ୍ଲୀ: ୧୬ ମାସ ପରେ ଜେଲରୁ ବାହାରିଲେ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନିଷ୍ ସିଶୋଦିଆ।ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କୋର୍ଟ ସର୍ତ୍ତ ଅନୁଯାଇ ତାଙ୍କ ପାସପୋର୍ଟ ସମର୍ପଣ କରିବାକୁ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଥିଲେ, ସେତେବେଳେ ଇଡି ଓକିଲ ଦାବି କରିଥିଲେ ଯେ, ପୂର୍ବତନ ମନ୍ତ୍ରୀଙ୍କୁ ଦିଲ୍ଲୀ ସଚିବାଳୟକୁ ଯିବା ବନ୍ଦ କରିବା ସର୍ତ୍ତ ଆଧାରରେ ମଧ୍ୟ ଜାମିନ ପ୍ରଦାନ କରାଯାଉ। ହେଲେ କୋର୍ଟ ଏହାକୁ ଖାରଜ କରିଛନ୍ତି। ମନୀଷ ସିସୋଦିଆ ଜାମିନ ପାଇବା ପରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ମିଠା ବଣ୍ଟନ କରାଯାଇଛି।

ସିସୋଦିଆ ଜାମିନ ପାଇବା ପରେ ଆପ୍ ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସେୟାର କରନ୍ତୁ

Next Post

ଭାରତ ସ୍କାଉଟ୍ସ ଓ ଗାଇଡ୍ ର କଟକ ଜିଲ୍ଲା କ୍ଯାମ୍ପୋରୀ -୨୦୨୩-୨୪ ଉଦଯାପିତ...

Fri Aug 9 , 2024
ସଂଜୟ ଶତପଥୀ(କଟକ): ଆଜି କଟକର ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ ଅନୁଷ୍ଠିତ ହେଉଥିବା ତ୍ରୀଦିବସୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ ର‌ କଟକ ଜିଲ୍ଲା କ୍ଯାମ୍ପୋରୀ -୨୦୨୩-୨୪ ମହାସମାରୋହରେ ବହୁ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ରେ ପ୍ରାତଃ ଘ୦୬.୩୦ ମିନିଟ୍ ରେ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତଥା ବିଶିଷ୍ଟ ସଙ୍ଗୀତ ଗୁରୁ ଶ୍ରୀ […]

You May Like

Pin It on Pinterest