
କେନ୍ଦ୍ରାପଡ଼ା(ନି.ପ୍ର): କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ସାମ୍ବାଦିକକେ,ନ୍ଦ୍ରାପଡା ବ୍ଲକ ବିଡିଓ ଙ୍କ ନାମରେ ଟାଉନ୍ ଥାନାରେ ମାମଲା ରୁଜୁ କରିଛନ୍ତି ।
ସଂପୃକ୍ତ କେନ୍ଦ୍ରାପଡା ବ୍ଲକ ବିଡିଓ ଜଣକ ଭୀମସେନ୍ ସେଠୀ ନାମକ ଜଣେ ସାମ୍ବାଦିକଙ୍କୁ ତାଙ୍କ ଜାତିକୁ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।ଏତଲାକାରୀ ଶ୍ରୀ ସେଠୀ ଏତଲାରେ ଦର୍ଶାଇଛନ୍ତି ଯେ ସେ ଗତ ଦୁଇ ବର୍ଷ ହେବ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧୂ ଭାବେ କାର୍ଯ୍ୟ କରୁଛନ୍ତି।
ସଂପୃକ୍ତ କେନ୍ଦ୍ରାପଡା ବ୍ଲକରେ ବିଭିନ୍ନ ପ୍ରକାରର ଦୁର୍ନୀତି ହେଉଥିବାର ସାଧାରଣ ଜନତା ଙ୍କ ଅଭିଯୋଗ କୁ ନେଇ ଖବର ସଗ୍ରହ କରି, ସେ ତାଙ୍କ ଖବରକାଗଜରେ ଖବର ପ୍ରକାଶ କରିଥିଲେ ।ଅନୁରୂପ ଅଭିଯୋଗ ବିଡିଓଙ୍କ ନାମରେ ଆସିବାରୁ ସେ ମତାମତ ସଂଗ୍ରହ କରିବା ପାଇଁ ଗତ ଶୁକ୍ରବାର ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ, ହେଲେ କେନ୍ଦ୍ରାପଡା ବ୍ଲକ ବିଡିଓ ବନ୍ଦନା ଖଟୁଆ ତାଙ୍କ ଜାତିକୁ ନେଇ ଅସାମ୍ବିଧାନିକ ଭାଷାରେ ଗାଳିଗୁଲଜ କରିଥିଲେ ।
ଏହାସହ ତାଙ୍କୁ ଅପହରଣ କରି ନେଇ ମାରି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ହେଲେ,ଶ୍ରୀ ସେଠୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଧକ୍କା ବିଧା ତଣ୍ଟିଆ ମାରିଥିଲେ ଓ ତାଙ୍କ ଜାତିକୁ ନେଇ ଧୋବା କଣ୍ଡରା ବହୁତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।ଆସିବା ସମୟରେ ତଣ୍ଟିଆ,ଦେଇଥିଲେ ବୋଲି ଶ୍ରୀ ସେଠୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ।
ଏହି ଅଭିଯୋଗ ହେବା ପରେ,ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି ଏ ସଂକ୍ରାନ୍ତରେ ବିଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କୁ କିଛି ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା।



