ପ୍ରଫେସର ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକ ସ୍ମୃତି ସଂସଦ ପକ୍ଷରୁ ନବମ ଶ୍ରାଦ୍ଧବାର୍ଷିକୀ ସମାରୋହ ପାଳିତ….

କଟକ(ସଂଜୟ ଶତପଥୀ): ବିଶିଷ୍ଟ ପ୍ରାବନ୍ଧିକ, ମାନବବାଦୀ କଥାକାର, ଦରଦୀକବି, ସଫଳ ଗବେଷକ, ସୁବକ୍ତା ଓ ଛାତ୍ରବତ୍ସଳ ପ୍ରଫେସର ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକଙ୍କର ନବମ ଶ୍ରାଦ୍ଧବାର୍ଷିକ ସମାରୋହ ପାଳିତ ହୋଇଯାଇଛି ।

ତୁଳସୀପୁରସ୍ଥିତ ସାମ୍ବାଦିକ କଲୋନୀରେ ଅନୁଷ୍ଠିତ ସ୍ମୃତିସଭାରେ ପ୍ରଫେସର ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଶାନ୍ତିନିକେତନ ହିନ୍ଦୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ରବୀନ୍ଦ୍ରନାଥ ମିଶ୍ର ମୁଖ୍ୟଅତିଥି, ପ୍ରଫେସର ରେବତୀରମଣ ମହାପାତ୍ର ମୁଖ୍ୟବକ୍ତା ଓ ବିଶିଷ୍ଟ ସଂଗୀତଗୁରୁ ଅରୂପଲାଲ ଘୋଷ, ସମାଜସେବୀ ବିଷ୍ଣୁଚରଣ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡକ୍ଟର ମଲ୍ଲିକଙ୍କୁ ବହୁମୁଖୀ ପ୍ରତିଭା ଭାବେ ଅଭିହିତ କରିବା ସହିତ ସେ ଜଣେ ଉଚ୍ଚାଭିଳାଷୀ ଗବେଷକ ଓ ସମାଲୋଚକ ଥିଲେ ବୋଲି ମନ୍ତବ୍ୟ ଦେଇଥିଲେ ।

ପ୍ରାରମ୍ଭରେ ପଣ୍ଡିତ ନନ୍ଦକିଶୋର ନନ୍ଦ ମଙ୍ଗଳାଷ୍ଟକ ଆବୃତ୍ତି କରିବା ପରେ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ଆଠବର୍ଷ ଧରି ଚାଲି ଆସୁଥିବା ସ୍ମୃତିସଭାର ବିବରଣୀ ପ୍ରଦାନ କରିଥିଲେ । ଆଡ଼ଭୋକେଟ ପ୍ରସନ୍ନକୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୋଗେନ୍ଦ୍ରନାଥ ମାର୍ଥା ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରିୟବ୍ରତ ମିଶ୍ର, ପ୍ରଫେସର ବିଭୁଦତ୍ତ ପ୍ରଧାନ, ଗୌରାଙ୍ଗ ସାମଲ, ସନ୍ତୋଷ କୁମାର ରାୟ, କଳକୀରତ୍ନ ଲକ୍ଷ୍ମୀଧର ଦାସ, ଆଡ଼ଭୋକେଟ ଶୁଭାନନ୍ଦ ମହାନ୍ତି, କର୍ମଚାରୀ ନେତା ସଞ୍ଜୟ କୁମାର ପରିଜା, ସଂଗ୍ରାମ ମହାନ୍ତି, ଚିତ୍ତରଞ୍ଜନ ଜୀ, ସାମ୍ବାଦିକ ଶରତଚନ୍ଦ୍ର ଦାଶ, ହୃଦାନନ୍ଦ ମହାନ୍ତି, ପ୍ରଦୀପ କୁମାର ସାହୁ, ରବୀନ୍ଦ୍ରନାଥ ମିଶ୍ର ଓ ଆଡ଼ଭୋକେଟ ସୁବ୍ରତ ଷଡ଼ଙ୍ଗୀ ପ୍ରମୁଖ ମାତୃଭୂମି ଓ ମାତୃଭାଷା ପାଇଁ ଅନେକ କାର୍ଯ୍ୟକରି ସ୍ବର୍ଗତ ଡକ୍ଟର ମଲ୍ଲିକ କାଳବକ୍ଷରେ ଅମର ହୋଇ ଯାଇଛନ୍ତି ବୋଲି ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମକୁ ସଫଳ କରିବାରେ ପରିବାର ପକ୍ଷରୁ ସୁପୁତ୍ର ଶୁଭକାନ୍ତ ମଲ୍ଲିକ, ବୋହୂ ଦେବସ୍ମିତା ମହାନ୍ତି, ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଶୁଭଦର୍ଶିନୀ ମଲ୍ଲିକ, ଜ୍ୱାଇଁ ପ୍ରିୟଙ୍କ ଗଡ୍ଡାଲା, ମଧୁଛନ୍ଦା ନାୟକ, ଦିଶା ଦାସ ଓ ସ୍ତ୍ରୀ ସବିତା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ସଂଯୋଜ କୁମାର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।

ସେୟାର କରନ୍ତୁ

Next Post

ନବୀନ ନିବାସରେ ରକ୍ଷା ବନ୍ଧନ...

Mon Aug 19 , 2024
ଭୁବନେଶ୍ୱର(ନି.ପ୍ର)୧୯/୮:ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସରେ ପହଞ୍ଚି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ ।ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରକ୍ଷା ବନ୍ଧନ ପାଇଁ ଅଭିନନ୍ଦନ ଜଣାଇଥିଲେ । ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ର ଦୃଷ୍ଟି ବାଧିତ […]

You May Like

Breaking News

Pin It on Pinterest