
ବରଗଡ-୨୦.୮(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକ ଠାରେ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ଚାରି ଥାକିଆ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ସରଣ୍ଡା ଛକ ରୁ ପାଖାପାଖି ୪୦୦ ମିଟର ଦୂର ଝାଉଁଯୋର୍ ନିକଟ ରେ ସମ୍ବଲପୁର-ବରଗଡ ୱେ ରେ ସମ୍ବଲ ପୁର ପଟୁ ବରଗଡ ଅଭିମୁଖେ ଯାଉ ଥିବା ଏକ ଦ୍ରୁତଗାମୀ ବୋଲେ ରୋ ପିକ୍ ଅପ୍ ନଂ-ଓଡି ୧୭ଏଫ୍ ୩୧୪୭ ହଠାତ୍ ବ୍ରେକ ଦେବା ଫଳ ରେ ପଛ ପଟୁ ଆସୁଥିବା ବାଇକ୍ ଧକ୍କା ହେବା ସହ ଉକ୍ତ ୱେ ରେ ଆସୁଥିବା ଅନ୍ୟ ଏକ ବାଇକ୍ ବାଡେଇ ହୋଇ ଉଭୟ ଦ୍ବୟ ବାଇକ୍ ଆରୋହୀ ଛିଟିକି ପଡ଼ି ରାଜରାସ୍ତାରେ ଗୁରୁତର ହୋଇ ପଡ଼ିଥିଲେ।
ସ୍ଥାନୀୟ ଲୋକେ ଧାଇଁ ଆସି ଉକ୍ତ ବାଇକ୍ ଆରୋହୀ ଦ୍ବୟ ଙ୍କୁ ଉଦ୍ଧାର କରି ସେବା ଯୋଗାଇ ଆମ୍ବୁଲାନ୍ସ ସହ ଅତାବିରା ପୋଲିସ କୁ ଖବର ଦେଇ ଥିଲେ।ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ଉଭୟ ଗୁରୁତର ବାଇକ୍ ଆରୋହୀ ଙ୍କୁ ଆମ୍ବୁଲାନ୍ସ ର ବିଲମ୍ବତା ଯୋଗୁଁ ପୋଲିସ ଗାଡ଼ି ରେ ଅତାବିରା ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ପ୍ରାଥମିକ ଚିକିତ୍ସା କରାଇ ବାଇକ୍ ଆରୋହୀ ଦ୍ବୟ ଅତାବିରା ଥାନା କୁଳିତା ଟୁକୁରା ର ପରେଶ୍ କୁମାର ସାହୁ(୪୦)ବାଇକ୍ ହିରୋ ସ୍ପ୍ଲେଣ୍ଡର ପ୍ରୋ ନଂ-ଓଡି ୧୭ ଏ ୦୬୮୯ ଓ ବରଗଡ ଆଶା କିରନ୍ ରେ ରହୁଥିବା ହିତେଶ ମହାପାତ୍ର (୩୫)ବାଇକ୍ ୟାମହା ଏଫ୍ ଜେଡ ଏସ ନଂ-ଓଡ଼ି ୧୭ ଡବ୍ଲୁ ୭୬୭୯ ପୋଲିସ ପକ୍ଷରୁ ଜଣା ପଡ଼ିଥିବା ବେଳେ ଉଭୟ ଙ୍କ ମଧ୍ୟରୁ ଗୁରୁତର ସାହୁଙ୍କ ଗୋଡ ଓ ମହାପାତ୍ର ଙ୍କ ହାତ ଭାଙ୍ଗି ଗୁରୁତର ଅବସ୍ଥା ଦେଖି ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ପଠାଇ ବାଇକ୍ ସହ ପିକ ଅପ୍ କୁ ଜବତ୍ କରି ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଛି।



