‘ଚନ୍ଦ୍ର ର ସ୍ପର୍ଶ ହିଁ ଜୀବନର ସ୍ପର୍ଶ’-ପାଳିତ ହେଲା ଜାତୀୟ ମହାକାଶ ଦିବସ….

ବରଗଡ଼୨୩.୮(ନବୀନ କୁମାର ଦାଶ): ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଜାତୀୟ ମହାକାଶ ଦିବସ ପାଳିତ ହୋଇ ଯାଇଛି।

କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଲରମ୍ଭା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିନୟ କୁମାର ନାୟକ, ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ରବିନ୍ଦ୍ର କୁମାର ନାଏକ ମଂଚାସୀନ ରହି ମହାଜାଗତିକ ଯାନ ଜୀବନ ଉପରେ ଆଲୋଚନା କରିଥିଲେ। ଲରମ୍ଭା କଲେଜର ଛାତ୍ର ଧର୍ମେନ୍ଦ୍ର ବେହେରାଙ୍କ ଚନ୍ଦ୍ରଯାନ-୩ ର ସଫଳ ରୂପାୟନ ପାଇଁ ସହଯୋଗ ସହ ମହାକାଶ ପାଇଁ ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ ଉପରେ ଆଲୋକପାତ କରାଯାଇଥିଲା।ଏଥିସହ ଭାରତର ଐତିହାସିକ ଓ ଆଧୁନିକ ଗବେଷଣାର ଜ୍ଞାନକୈାଶଳ ଶ୍ରାବ୍ୟଦୃଶ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।

ଏହା ପରେ ଅଧ୍ୟାପକ ମୁକେଶ ଧାନୁକା ଡଃ ସୁବଳ ରଂଜନ ସାହୁ ଓ ସତ୍ୟବ୍ରତ କର୍ଣ୍ଣ ଙ୍କ ତତ୍ତ୍ବାବଧାନ ରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଚାରକ ଭାବରେ ଅଧ୍ୟାପକ ହେମନ୍ତ ପ୍ରଧାନ,ଅଧ୍ୟାପିକା ରୁଚିତା ମାଝି ଯୋଗ ଦେଇ ଗଗନ,ପ୍ରଜ୍ଞାନ ଓ ବିକ୍ରମ ଦଳକୁ ବିଜେତା ଘୋଷଣା କରିଥିଲେ।ଏଥି ସହ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇ ଅଛି।ଶେଷରେ ଅଧ୍ୟାପିକା ଚାନ୍ଦିନୀ ସା ଧନ୍ୟବାଦ ଦେଇଥିବା ବେଳେ ବିଦେଶୀ ଛନ୍ଦ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ମହିଳାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ବିଜେଡି ଉଦାହରଣ ସୃଷ୍ଟି କରିଛି...

Sat Aug 24 , 2024
ଭୁବନେଶ୍ବର(ନି.ପ୍ର): ବିଜୁ ଜନତାଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ଓ ଶ୍ରୀମତୀ ସୋଫିଆ ଆଲମ ବାଚସ୍ପତିକୁ ଅସମ୍ମାନ ଅଭିଯୋଗକୁ ଖଣ୍ଡନ କରିଛନ୍ତି I ଶ୍ରୀମତୀ ସାହୁ କହିଥିଲେ, ଆଜି ବିଜେପିର ରାଜ୍ୟ ସଭାନେତ୍ରୀ ଐଶର୍ଯା ବିଶ୍ବାଳଙ୍କ ଦ୍ବାରା ବିଧାନସଭରେ ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ ମାନେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବା ସମୟରେ ବାଚସ୍ପତି […]

You May Like

Pin It on Pinterest