ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା,ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି।
ସୁଚନା ଅନୁଯାଇ ଶେଷ ଦିନରେ ନାମାଙ୍କନ ଦାଖଲ କରିବା ପରେ ଜୟ ଶାହା ସର୍ବକନିଷ୍ଠ ବ୍ୟକ୍ତି ଭାବେ ଆଇସିସିର ଶୀର୍ଷ ପଦ ପାଇଁ ନିଯୁକ୍ତ ହୋଇଥିଲେ। ସେ ଗ୍ରେଗ ବାରକଲେଙ୍କ ସ୍ଥାନ ନେବେ, ଯିଏକି ୨୦୨୦ ରେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ। ଡିସେମ୍ବର ୧, ୨୦୨୪ ରୁ ନୂତନ ଆଇସିସି ଚେୟାରମ୍ୟାନ୍ ଭାବରେ ଜୟ ଶାହା ଦାୟିତ୍ୱ ଗ୍ରହଣ କରିବେ।
Wed Aug 28 , 2024
ବରଗଡ଼୨୭/୮(ନବୀନ ଦାଶ):ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଜନ୍ମାଷ୍ଟମୀ ଦେଶସାରା ପ୍ରବଳଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି।ଆଜି ମଙ୍ଗଳବାର ନନ୍ଦୋତ୍ସବ।ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବରଗଡ ଜିଲ୍ଲା ଅତାବିରା ବ୍ଲକର କନ୍ତଲ ଗ୍ରାମ। ଯାଦବ ବହୁଳ ଏହି ଅଞ୍ଚଳର ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଥାଏ। ସୋମବାର ରାତିରେ କନ୍ତଲ ସ୍ଥିତ ରାଧାକୃଷ୍ନ ମନ୍ଦିରରେ ପାଳିତ ହୋଇଥିଲା ଜନ୍ମାଷ୍ଟମୀ ପର୍ବ ପରମ୍ପରା ଅନୁଯାୟୀ ଯାଦବ […]