ପୂରଣ ହେବ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦବୀ: ସୂର୍ଯ୍ୟବଂଶୀ ସୂରଜ

ବାସ୍ତବ ବ୍ୟୁରୋ: ବିଶ୍ୱବିଦ୍ୟାଳୟରେ ଖାଲି ଥିବା ଅଧ୍ୟାପକ ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଖୁବଶୀଘ୍ର ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତ ହେବେ । ଦ୍ବନ୍ଦ୍ବ ଦୂର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୧୮୭ ଅଧ୍ୟାପକ ପଦବୀ ଖାଲି ପଡିଛି । ଏହାକୁ ପୂରଣ କରିବାକୁ ଗୃହରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ବିଶ୍ୱବିଦ୍ୟାଳୟରେ ପୁଣି ଥରେ ସିନେଟ୍ ସ୍ଥାପନ ପାଇଁ ବିଚାରବିମର୍ଶ କରୁଛନ୍ତି ରାଜ୍ୟ ସରକାର । ୨୦୨୦ରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଏହା ଭଙ୍ଗା ଯାଇଥିଲା । ସିନେଟ୍‌ରେ ୧୦୦ ଜଣ ସଦସ୍ୟ ରହୁଥିଲେ । ସେମାନେ ବିଶ୍ବବିଦ୍ୟାଳୟକୁ ପରାମର୍ଶ ଦେଉଥିଲେ । ଯାହା ସିଣ୍ଡିକେଟ୍ କାର୍ଯ୍ୟକାରୀ କରୁଥିଲା । ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ୩୬ ପଦପଦବୀ ବା ଏକ୍ସ ଅଫିସିଓ, କୃଷି-ଦକ୍ଷତା ବିକାଶ-ଉଚ୍ଚଶିକ୍ଷା ବିଭାଗର ତିନି ନିର୍ଦ୍ଦେଶକ, ଆଡ଼ଭୋକେଟ ଜେନେରାଲ ବା ତାଙ୍କ ପ୍ରତିନିଧୂ, ୬୦ ଅବସରପ୍ରାପ୍ତ ଶିକ୍ଷାବିତ, ୩ ବିଧାୟକ, ୪ ଛାତ୍ର ନେତା, ସମ୍ପୃକ୍ତ ବିଶ୍ଵବିଦ୍ୟାଳୟର ୧୩ ଗ୍ରାଜୁଏଟ ସିନେଟର ସଦସ୍ୟ ରହୁଥିଲେ ।

ପୂର୍ବରୁ ଅଧ୍ୟାପକ ନିଯୁକ୍ତି ପାଇଁ ବିଶ୍ବବିଦ୍ୟାଳୟ ଆଇନ ୨୦୨୦ ସଂଶୋଧନ କରାଯାଇ OPSC ଦ୍ବାରା ନିଯୁକ୍ତି ଦିଆଯାଉଛି । ଯାହା ଦ୍ବାରା ୟୁଜିସି ଗାଇଡ଼ଲାଇନ ପରିପନ୍ଥୀ ଥିଲା । ୟୁଜିସିକୁ ଗାଇଡ଼ଲାଇନ ଅନୁସାରେ ବିଶ୍ୱବିଦ୍ୟାଳୟରେ କମିଟି ଗଠନ କରି ଅଧ୍ୟାପକ ନିଯୁକ୍ତି ଦେବା କଥା । ସେଥିପାଇଁ ଆଇନ ସଂଶୋଧନ କରିବା ସହ ୟୁଜିସିକୁ ପ୍ରସ୍ତାବ ଦିଆଯିବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି ।

ସେୟାର କରନ୍ତୁ

Next Post

ରାଜ୍ୟରେ ଶୁଭାରମ୍ଭ ହେଲା ପିଏମ୍-ଉଷା ଯୋଜନା

Sat Aug 31 , 2024
ବାସ୍ତବ ବ୍ୟୁରୋ: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା)ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୃଷି ଭବନରେ ଶୁଭାରମ୍ଭ ହୋଇଛି ଏହି ଯୋଜନା । ‘ପିଏମ୍-ଉଷା’ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ସ୍ବାକ୍ଷରିତ ହୋଇଛି । ଓଡିଶା ସର ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଅତିରିକ୍ତ ଶାସନ […]

You May Like

Pin It on Pinterest