ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାପାଳଙ୍କ ପ୍ରେସମିଟ….

ନବରଙ୍ଗପୁର(କରେଶ ଉପାଶି):- ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଶୋକ ମେହେଟା କକ୍ଷ ଠାରେ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୁଭଦ୍ରା ଯୋଜନା ବିଷୟରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ମହିଳା ମାନଙ୍କୁ ଫର୍ମ ପୁରଣ ପାଇଁ ଆଦେଶ ନାମା ଜାରି ହୋଇଛି ।ସମସ୍ତ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଫର୍ମ ଦେବାକୁ କୁହାଯାଇଛି ।

ଜିଲ୍ଲାର ଦୁଇଟି ମ୍ୟୁନସିପାଲଟି ଓ ୧୦ ଟି ବ୍ଲକରେ ଏହି ଯୋଜନାର କାର୍ଯ୍ୟକାରିତା ଚାଲିଛି ।ଜିଲ୍ଲାରେ ୮୦୮ ଟି ସିଏସସି ଓ ୨୫୦ ଗୋଟି ମୋ ସେବା କେନ୍ଦ୍ରରେ ଏହି ଯୋଜନା ର ଅନଲାଇନ କରାଯିବ ।ପ୍ରତି ବ୍ଲକରେ ନୋଡାଲ ଅଫିସର ରହି ଏହି କାର୍ଯ୍ୟକ୍ରମ କୁ ଆଗେଇ ନେବେ ବୋଲି କହିଛନ୍ତି ।ମାଗଣା ଫର୍ମ ବଣ୍ଟନ ସହ ଆଧାର କାର୍ଡ ଓ ଆଧାର ଲିଙ୍କ ଥିବା ମୋବାଇଲ ନଂ ଦେବାକୁ ପଡିବ ।ଯେଉଁମାନେ ଆଧାର କାର୍ଡ କରି ନାହାନ୍ତି ସେମାନଙ୍କ ନିମନ୍ତେ ୨୩ ଗୋଟି ଆଧାର ସେଣ୍ଟର ମଧ୍ୟ ରହିଥିବା ସହ ସୁଭଦ୍ରା ଯୋଜନା ପାଇଁ ଯେଉଁମାନେ ଅର୍ଥ ଆଦାୟ କରୁଥିବେ ସେମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନବରଙ୍ଗପୁର ଏସ୍ପି ଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଏହି ଯୋଜନା କୁ ସଫଳ କରିବାକୁ ଜିଲ୍ଲାରେ ଅଢେଇ ଲକ୍ଷରୁ ତିନି ଲକ୍ଷ ପର୍ଯ୍ୟନ୍ତ ଫର୍ମ ବଣ୍ଟନ କରାଯାଇଥିବା ପ୍ରକାଶ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସ୍ପି ରୋହିତ ବର୍ମା ,ପିଡ଼ି ବିରଞ୍ଚି ନାରାୟଣ ଦରୱାନ ,ଅତିରକ୍ତ ଜିଲ୍ଲାପାଳ ନବୀନ ନାୟକ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନଜ କୁମାର ବେହରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ସେୟାର କରନ୍ତୁ

Next Post

ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ ସୁଜିତ କୁମାର

Fri Sep 6 , 2024
ବାସ୍ତବ ବ୍ୟୁରୋ: ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ ସୁଜିତ କୁମାର । ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି । ନିଜର ପ୍ରତିକ୍ରିୟାରେ ସୁଜିତ କୁମାର କହିଛନ୍ତି କି ସାଧାଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି ।  ଏହାପରେ ନୂଆଦିଲ୍ଲୀ ବିଜେପି […]

You May Like

Pin It on Pinterest