ଆବେଦନ ପାଇଁ ଖୋଲୁନି ‘ସୁଭଦ୍ରା’ ପୋର୍ଟାଲ

ବାସ୍ତବ ବ୍ୟୁରୋ: ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ବେଳେ ଖୋଲୁନି ପୋର୍ଟାଲ। ରାଜ୍ୟରେ କେତେକ ଜାଗାରୁ ଆଜି ଏମିତି କିଛି ଅଭିଯୋଗ ଆସିଛି। ଏପିରକି ଗତ ୩ ଦିନ ଧରି ଅନଲାଇନରେ ଆବେଦନ କରିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ପୋର୍ଟାଲ ଖୋଲୁନଥିବାରୁ ଜନସେବା କେନ୍ଦ୍ର ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

କେତେବେଳେ ପୋର୍ଟାଲ ଖୋଲୁନି ତ ଆଉ କେତେବେଳେ ଖୋଲିଲେ ଆଉ କାହାର ଲଗ୍ ଇନ୍ ଆଡି ଖୋଲିଯାଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ। ଫଳରେ କିଛି ସ୍ଥାନରେ ପଞ୍ଜିକରଣ ଠପ୍‌ ହୋଇଯାଇଥିବା ଜନସେବା କେନ୍ଦ୍ର କର୍ମଚାରୀ କହିଛନ୍ତି। ସେପଟେ ଏଭଳି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏତେ ବଡ଼ ଯୋଜନା ଆରମ୍ଭ ହୋଇଥିବାରୁ କିଛିଟା ଅଭିଯୋଗ ରହିବ। ସୁଭଦ୍ରା ରଥ ଗଡ଼ିବା ଆରମ୍ଭ କଲେ ଲୋକଙ୍କ ସମସ୍ତ ଦ୍ୱନ୍ଦ୍ୱ ଓ ଅଭିଯୋଗ ଦୂର ହେବ ବୋଲି ସେ କହିଛନ୍ତି।

ସେପଟେ ଆଜି ଗାଁରୁ ଗାଁ ଓ ସହରରୁ ସହର ବୁଲିବ ସୁଭଦ୍ରା ସଚେତନତା ରଥ। ଏଥିପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଉତ୍ସବ। ପତାକା ଦେଖାଇ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା କେବଳ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ ହେବ। ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରାର ମୂଳ ଉଦ୍ଦେଶ୍ୟ। ଯୋଜନା ବାବଦରେ ମହିଳାଙ୍କୁ ସଚେତନ କରିବାକୁ ରାଜ୍ୟର ପ୍ରତିଟି ଅଞ୍ଚଳରେ ସଚେତନତା ରଥ ବୁଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେୟାର କରନ୍ତୁ

Next Post

ପବିତ୍ର ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ସ୍ଵଚ୍ଛାକୃତ ରକ୍ତଦାନ ଶିବିର...

Mon Sep 9 , 2024
ବରଗଡ଼:-୯.୯(ନବୀନ କୁମାର ଦାଶ)ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗି ବାହାଲ ଗ୍ରାମ ର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେ ଲେଟିକ ଆସୋସିଏସନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ପଦମପୁର ର […]

You May Like

Pin It on Pinterest