ସିଏଚଏସଇ ଘୋଷଣା କଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ 

ବାସ୍ତବ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଲାଗି ତାରିଖ  ଘୋଷଣା କଲା ସିଏଚଏସଇ । ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା। 

ସୂଚନାନୁଯାୟୀ, ଆସନ୍ତା ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ଏହାପରେ ଜାନୁଆରୀ ୨ ରୁ ୧୨ତାରିଖ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଅନ୍ୟପଟେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୨୦ ତାରିଖ ଭିତରେ ମେନ ପରୀକ୍ଷା ହେବ। ପରୀକ୍ଷା ସରିବାର ୪୫ ଦିନ ଭିତରେ ସମସ୍ତ ଷ୍ଟ୍ରିମର ଫଳାଫଳ ବାହାରିବ। ତେବେ ବର୍ତ୍ତମାନ ଫର୍ମ ଫିଲ ଅପ ଚାଲିଛି, ତେଣୁ ଯେଉଁମାନେ ଫର୍ମ ଫିଲଅପ୍ କରିନାହାନ୍ତି, ସେମାନେ ଫାଇନ ଡେଟରେ କରିବେ । ୭୫% ଉପସ୍ଥାନ ନଥିଲେ, ମିଳିବନି ଆଡମିଟ କାର୍ଡ ବୋଲି ବି ସେ କହିଛନ୍ତି। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ୍ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି ସେ କହିଛନ୍ତି। 

ସେୟାର କରନ୍ତୁ

Next Post

୭ ଓ ୧୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

Sat Oct 5 , 2024
ବାସ୍ତବ ବ୍ୟୁରୋ: ପ୍ରତ୍ୟେକ ସୋମବାର ଭୁବନେଶ୍ୱରର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ହେଉଥିବା ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅକ୍ଟୋବର ୭ ତାରିଖ ଓ ୧୪ ତାରିଖରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି କୁହାଯାଇଛି। ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ କାର୍ଯ୍ୟ ଥିବାରୁ ଶୁଣାଣି ବନ୍ଦ ରହିବ। […]

You May Like

Pin It on Pinterest