ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ…

ବାସ୍ତବ ବ୍ୟୁରୋ: ଆଜି ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ। ଲୋକସେବା ଭବନ ସେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର ନେବା ପରଠୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉ ଥିଲେ।

ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଗୁରୁ ଦାୟିତ୍ୱ ମିଳିଛି, ସୂଚାରୁ ରୂପେ ତୁଲାଇବି। ଓପିଏସସି ପରୀକ୍ଷାରେ଼ ସ୍ୱଚ୍ଛତା, ସଠିକ ମୂଲ୍ୟାୟନ ଓ ସନ୍ଦେହ ବିହୀନ ପରୀକ୍ଷା ପରିଚାଳନା କରିବା ସବୁଠୁ ବଡ଼ ଦାୟିତ୍ୱ ରହିବ। କେହି ଯେପରି ଓପିଏସସିର ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଇବେନି ସେ ନେଇ ସବୁ ପଦକ୍ଷେପ ନିଆଯିବ। ଯଦି କୌଣସି ଆଶାୟୀ କାହାକୁ ଆପ୍ରୋଚ କରି କିମ୍ବା ପଇସା ଦେଇକି ଚାକିରି କରିବାକୁ ଆଶା ରଖୁଥିବେ, ତାହା ହେଲେ ସେହି ଆଶାୟୀ ଜଣଙ୍କ ଜାଣି ରଖିବା ଦରକାର ସେ ଲୋକଟା ତାଙ୍କୁ ଠକୁଛି। ଆଶାୟୀ ଜଣଙ୍କ ସେଥିରୁ ନିବୃତ୍ତ ରୁହନ୍ତୁ।

ଅରୁଣ ଷଡ଼ଙ୍ଗୀ କହିଛନ୍ତି, ସାଢ଼େ ୩୩ ବର୍ଷ ହେବ ମୁଁ ପୁଲିସ ବିଭାଗରେ ଚାକିରି କରିଥିଲି। ଚାକିରି ଅବଧିର ୧୦ ମାସ ପୂର୍ବରୁ ଅବସର ନେଇଛି। ମୁଁ ମୋ ବର୍ଦ୍ଦିକୁ ଭାରି ଭଲ ପାଏ। ଅବସର ନେବା ପରେ ମୁଁ ଆଉ କେବେ ବର୍ଦ୍ଦି ପିନ୍ଧି ପାରବି ନାହିଁ ଭାବି ମୋତେ କଷ୍ଟ ହେଉଛି। ବର୍ଦ୍ଦି ମୋର ପରିଚୟ ଥିଲା। ସାଢ଼େ ୩୩ ବର୍ଷ ଚାକିରି କାଳରେ ସମସ୍ତଙ୍କ ଶୁଭେଚ୍ଛା ଓ ସହଯୋଗ ମୋତେ ମିଳିଛି ବୋଲି କହିଛନ୍ତି ଅରୁଣ ଷଡ଼ଙ୍ଗୀ।

ସେୟାର କରନ୍ତୁ

Next Post

ସାର୍ବଜନୀନ ଦୁର୍ଗାପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା ରେ ଉଛୁଳି ଉଠୁଛି ଅତାବିରା

Thu Oct 10 , 2024
ବରଗଡ଼(ନବୀନ କୁମାର ଦାଶ):ପ୍ରତି ବର୍ଷ ଭଳି ଚଳିତ ବର୍ଷ ନବଦିନାତ୍ମକ ମୃଣ୍ମୟୀ ଦେବୀ ଙ୍କ ପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ବିଶାଳ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଦେବୀ ପୀଠ ମାନଙ୍କ ରେ ତଥା ଦୁର୍ଗା ମନ୍ଦିର ପୀଠ ରେ ଅଷ୍ଟମୀ ବିହିତ ପୂଜା ସହ ମାଁଙ୍କ “ମହାଗୌରୀ”ବେଶ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବେଶ୍ ଆକର୍ଷିତ କରିଛି। ଦୁର୍ଗା ମନ୍ଦିର ତଥା ଥାନା ସାମ୍ନା ମେଢ଼ ମୃଣ୍ମୟୀ […]

You May Like

Breaking News

Pin It on Pinterest