ତିନି ଜଣଙ୍କୁ ଅର୍ଥନୀତିରେ ୨୦୨୪ ନୋବେଲ ପୁରସ୍କାର 

ବାସ୍ତବ ବ୍ୟୁରୋ: ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ୨୦୨୪ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତିନି ଜଣ ଅର୍ଥଶାସ୍ତ୍ରୀଙ୍କୁ ଦିଆଯିବ ଚଳିତ ବର୍ଷର ନୋବେଲ ଅର୍ଥନୀତି ପୁରସ୍କାର।

ଅନୁଷ୍ଠାନ ଗୁଡ଼ିକ କିପରି ଗଠନ ହୁଏ ଏବଂ ସମୃଦ୍ଧିକୁ କିପରି ପ୍ରଭାବିତ କରେ ସେ ବିଷୟରେ ଅଧ୍ୟୟନ ପାଇଁ ଅର୍ଥନୀତିରେ ୨୦୨୪ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଆମେରିକାର ଡେରନ୍ ଆସେମୋଗ୍ଲୁ, ସାଇମନ ଜନସନ ଓ ଜେମ୍ସ ଏ ରବିନସନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଏହି ତିନି ଜଣଙ୍କୁ ମିଳିତ ଭାବେ ନୋବେଲ ମିଳିବ।

ନୋବେଲ କମିଟି ଏକ ଏକ୍ସ ପୋଷ୍ଟରେ ଲେଖିଛି ଯେ, “ରାଜନୈତିକ ଅନୁଷ୍ଠାନ ଗଠନ ଏବଂ ପରିବର୍ତ୍ତନର ପରିସ୍ଥିତିକୁ ବୁଝାଇବା ପାଇଁ ଏହି ତିନିଜଣ ଅର୍ଥନୀତିଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ମଡେଲର ତିନୋଟି ଉପାଦାନ ରହିଛି । ପ୍ରଥମଟି ହେଉଛି ସମ୍ବଳ କିପରି ଆବଣ୍ଟନ କରାଯାଏ ଏବଂ ସମାଜରେ (ସମ୍ଭ୍ରାନ୍ତ ବା ଜନସାଧାରଣ) କାହାର ନିଷ୍ପତ୍ତି ନେବାର କ୍ଷମତା ଅଛି।ଦ୍ୱିତୀୟଟି ହେଉଛି, ବେଳେବେଳେ ଶାସକ ସମ୍ପ୍ରଦାୟକୁ ସଂଗଠିତ କରି ଓ ଧମକ ଦେଇ ଜନସାଧାରଣ କ୍ଷମତା ପ୍ରୟୋଗ କରିବାର ସୁଯୋଗ ପାଆନ୍ତି; ତେଣୁ ସମାଜରେ କ୍ଷମତା ନିଷ୍ପତ୍ତି ନେବାର କ୍ଷମତା ଠାରୁ ବହୁତ ଅଧିକ । ତୃତୀୟଟି ହେଉଛି ପ୍ରତିବଦ୍ଧତାର ସମସ୍ୟା, ଅର୍ଥାତ୍ ଏଲିଟ୍ ମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହେଉଛି ନିଷ୍ପତ୍ତି ନେବାର କ୍ଷମତା ଜନସାଧାରଣଙ୍କୁ ହସ୍ତାନ୍ତର କରିବା।”

ସେୟାର କରନ୍ତୁ

Next Post

ଭୁବନେଶ୍ୱରରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ପାନୀୟ ଜଳ ଯୋଗାଣ

Thu Oct 17 , 2024
ବାସ୍ତବ ବ୍ୟୁରୋ: ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ୍‌ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ। ତେଣୁ ଜଳ ସଞ୍ଚୟ କରି ରଖିବା ପାଇଁ ୱାଟ୍‌କୋ-୧ ମହାପ୍ରବନ୍ଧକ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି। ଜଳ ଯୋଗାଣ ବନ୍ଦ […]

You May Like

Pin It on Pinterest