ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ରହିବ ‘ଦାନା’ ର ବେଶୀ ପ୍ରଭାବ

ବାସ୍ତବ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ର ନେଇ ବଡ଼ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମଙ୍ଗଳବାର ସୃଷ୍ଟି ହୋଇଥିବା ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହେବ । ବୁଧବାର ସକାଳେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ ।

୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ପୁରୀରୁ ସାଗରଦ୍ବୀପ ମଧ୍ୟରେ ଏହାର ପ୍ରଭାବ ରହିବ । ପୁରୀରୁ ୨୪ ପ୍ରଗଣା ଜିଲ୍ଲା ମଧ୍ୟରେ ବର୍ଷା, ପବନ ହେବ । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୦୦ରୁ ୧୨୦ କି.ମି. ରହିବ । ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବ । ଏହା ପ୍ରଭାବରେ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ।

ସେପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, “ୱେଲ୍ ମାର୍କଡ ଲୋ ପ୍ରେସର ଅବପାତରେ ପରିଣତ ହୋଇଛି । ତାହା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ । ଏହା ଅଧିକ ଘନୀଭୂତ ହୋଇ ବୁଧବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ । ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ । ବାତ୍ୟା ପ୍ରଭାବରେ ବୁଧବାର ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ ।”

ଡିପ୍ରେସନ ଏବେ ପାରାଦ୍ବୀପ ଉପକୂଳରୁ ୭୦୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ବୁଧବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତାହା ବାତ୍ୟାର ରୂପ ନେବ ।

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ୱୀପ ଭିତରେ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସବୁ ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ସେୟାର କରନ୍ତୁ

Next Post

୨୩,୨୪,୨୫,ପାଇଁ ବାତିଲ୍ ହେଲା ୧୭୮ଟ୍ରେନ୍ ଦେଖନ୍ତୁ ଆପଣଙ୍କର କେଉଁ ଟ୍ରେନ୍

Wed Oct 23 , 2024
ବାସ୍ତବବ୍ୟୁରୋ: ଭାରତୀୟ ରେଳବିଭାଗ ପକ୍ଷରୁ ସମ୍ଭାବ୍ଯ ବାତ୍ୟାକୁ ନଜରରେ ରଖି ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍ ବାତିଲ କରାଯାଇଛି। ସେଥ୍ରେ ଅପ୍ ଟ୍ରେନ୍ ୮୫ ଥୂବା ବେଳେ ଡାଉନ୍ ଟ୍ରେନ୍ ୯୩ଟି ରହିଛି ।୨୩ ତାରିଖରେ ବାତିଲ ହୋଇଥିବା ଟ୍ରେନ୍ -:କାମାକ୍ଷା-ବାଙ୍ଗାଲୁରୁ, ନୂଆଦିଲ୍ଲୀ-ଭୁବନେଶ୍ବର, ଋଷିକେଷ-ପୁରୀ, ନୂଆଦିଲ୍ଲୀ-ପୁରୀ, କୋଲକାତା-ପୁରୀ, ସିକନ୍ଦରାବାଦ-ଭୁବନେଶ୍ବର, ଚେନ୍ନାଇ ସେଣ୍ଟ୍ରାଲ-ହାୱାଡ଼ା, ପଣ୍ଡିଚେରୀ-ଭୁବନେଶ୍ବର, ଏସ୍‌ବିସି-ଭୁବନେଶ୍ବର, CSURATM-BHUBANESWAR, ଗାନ୍ଧିଧାମ-ପୁରୀ, ସୁରତ-ବ୍ରହ୍ମପୁର ପ୍ରମୁଖ। ୨୪ ତାରିଖରେ […]

You May Like

Pin It on Pinterest