
ବରଗଡ଼:-୩୦/୧୦(ନବୀନ କୁମାର ଦାଶ):ପ୍ରତି ବର୍ଷ ଭଳି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କେମ୍ପ ସରକାରୀ କେନାଲ ବିଭାଗ ପରିସର ରେ ୬୫ତମ ସାର୍ବଜନୀନ ମାଁ ଶ୍ୟାମା କାଳୀପୂଜା ପାଇଁ ଗାଆଁ ଠୁ ସହର ପର୍ଯ୍ୟନ୍ତ ଚାରି ଆଡେ଼ ଉତ୍ସବ ମୁଖର ହୋଇ ଉଠିଛି।
ଏହି ଅବସରରେ ଆଜି ଠାରୁ ନଭେମ୍ବର ୧ ପର୍ଯ୍ୟନ୍ତ ତିନି ଦିନ ଧରି ହେବାକୁ ଥିବା ମାଁ ଶ୍ୟାମା କାଳୀପୂଜା ପାଇଁ ପୂଜା କମିଟି ର ସଭାପତି ଅନିଲ କୁମାର ସାହୁ,ସମ୍ପାଦକ ଆଦିତ୍ୟ ପ୍ରଧାନ,ଉପ ସଭାପତି ଜିତୁ ଭୋଇ,ନରେନ୍ଦ୍ର ଭୋଇ ଓ ଶାନ୍ତ କୁମାର ଭୋଇ କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ନିର୍ବାହ କରି ଆସୁଥିବା ବେଳେ ମନ୍ଦିର ପରିଚାଳନା କମିଟି ର ସଭାପତି ଭାବେ ଅବସର ପ୍ରାପ୍ତ କର୍ମଚାରୀ ଚତୁର୍ଭୁଜ ମିର୍ଦ୍ଧା,ସମ୍ପାଦକ ଅଭିରାମ ପ୍ରଧାନ,କୋଷାଧ୍ୟକ୍ଷ ସହକାରୀ ଯନ୍ତ୍ରୀ ସୁକାନ୍ତ ନାଏକ ଓ ଭାରପ୍ରାପ୍ତ ଅଧିକାରୀ ଦିବ୍ୟ କିଶୋର କୌର ଉପଦେଷ୍ଟା ଭାବେ ରହିଛନ୍ତି।ମାଁ ଶ୍ୟାମା କାଳୀ ଙ୍କ ତ୍ରିଦିନାତ୍ମକ ପୂଜା ପାଇଁ ମୁଖ୍ୟ ପୂଜକ ଅଚ୍ୟୁତାନନ୍ଦ ଶତପଥୀ,ଚଣ୍ଡୀ ପାଠକ ପ୍ରଭାକର ଶତପଥୀ ଓ ତାଙ୍କ ସାଥୀ ବବଲୁ ଦାଶ,କାହ୍ନୁ ଚରଣ ମହାପାତ୍ର ବ୍ରହ୍ମା ବରଣ ହୋଇଥିବା ବେଳେ କର୍ତ୍ତା ଭାବେ କେନାଲ ବିଭାଗ ଅଧିକାରୀ ସପତ୍ନିକ ଦିବ୍ୟ କିଶୋର କୌର ଓ ଦୀପାଞ୍ଜଳୀ କୌର ଦାୟିତ୍ୱ ନିର୍ବାହ କରିବେ ବୋଲି ସ୍ଥିରୀକୃତ ହୋଇଛି।
ଦୀର୍ଘ ୧୫ବର୍ଷ ଧରି କୋଶଳ ଶିଳ୍ପ ଆଦିତ୍ୟ ନାୟକ,ଲିଙ୍ଗରାଜ ନାୟକ, ବୃନ୍ଦାବନ ଥପା,ନବୀନ ବେହେରା ଓ ସରୋଜ ମିର୍ଦ୍ଧା ମାଁ ଶ୍ୟାମା କାଳୀ ଙ୍କ ମୃଣ୍ମୟ ମୂର୍ତ୍ତି କୁ ୨୯ ରେ ଶେଷ ସ୍ପର୍ଶ ଦେଇଥିବା ବେଳେ ଆଜି ୧୦ ଘଣ୍ଟା ସମୟରେ ନିକଟରେ ରହିଥିବା କେନାଲ ରୁ ଭବ୍ୟ କଳସ ଶୋଭା ଯାତ୍ରା ପାଇଁ ବାବେବିରା ଗ୍ରାମ ର ଅଭୟ ନୃସିଂହ ସମ୍ପ୍ରଦା କଳା ପରିଷଦ,ରେମତା ର ମାଁ ମଙ୍ଗଳା ଘଣ୍ଟ ବାଦ୍ୟ ର ତାଳରେ ସୁବିଜ୍ଞ ପଣ୍ଡିତ ମାନଙ୍କ ବେଦ ପଠନ ପୂର୍ବକ ମୃଣ୍ମୟୀ ଦେବୀ ଙ୍କ ପୀଠ ରେ ଜଳପୂର୍ଣ୍ଣ କଳସ ସ୍ଥାପନ ପରେ ମାଁ ଶ୍ୟାମା କାଳୀ ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ।ଅପରାହ୍ନ ୩ଟାରୁ ତରାକନା ର ସୁଧାଂଶୁ ସାହୁ,ବଡଗାଁ ର ରାଜୁ ପ୍ରଧାନ,ବିର୍ମାଲ ଲକ୍ଷଣ ମହାପାତ୍ର, ଟାମ୍ପରସରା ର ଦିବ୍ୟ କର,ଖଲିଆ ପାଲି ର ଆଶାବତୀ ମଲ୍ଲିକ,ବନ ବସ ପାଲି ର ଜ୍ୟୋତିଷ ସାହୁ, ସାନ୍ତରା ର କସ୍ତୁରୀ କିଶାନ,ବଡ଼ ମାଲ ର ମିଲି ସା ଓ ଭତ୍ରା ର ଇତିଶ୍ରୀ କର ଙ୍କ ଦ୍ଵାରା କୀର୍ତ୍ତନ ଧାରା ହେବା କୁ ଥିବାବେଳେ ୩୧ତାରିଖ ସନ୍ଧ୍ୟା ୬ଟା ରେ ବାବେବିରା ର ଜ୍ୟୋତି ଡାନ୍ସ ଗ୍ରୁପ ଓ ରାତ୍ରି ୧୧ଟା ରୁ ଜଟଲା ଗୌନ୍ତିଆ ପାର୍ଟି ର ଗଣେଶ ଅପେରା ରହିଛି।ସେହିଭଳି ୩୦ ଓ ୩୧ ତାରିଖ ଦିନ ୧୨ଟା ରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି।ନଭେମ୍ବର ୧ତାରିଖ ରେ ପୂର୍ଣ୍ଣାହୁତି ସହ ଭସାଣି ଯାତ୍ରା ଅନୁଷ୍ଠିତ ହେବ।