
ବରଗଡ଼:-୩୦/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ଚାରି ଥାକିଆ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ମାନ ଘଟି ନିରୀହ ଜୀବନ ବଳି ପଡ଼ିବା ସତେ ଯେମିତି ଲୋକଙ୍କ ପାଇଁ ଅଭିଶାପ ହୋଇଛି।
ଯାହାର ଉଦାହରଣ ସ୍ୱରୂପ ଗତ ୨୯ତାରିଖ ଦିନ ପାଖାପାଖି ୮ଟାରେ ଅତାବିରା ଆର୍ ଏମ ସି ଛକ ରେ ଏକ ଇଟା ବୋଝେଇ ଟ୍ରାକ୍ଟର ନଂ-ଓଡି ୧୭ ଏମ୍ ୫୮୬୮,ଟ୍ରଲି ନଂ-ଓଡି ୧୭ ଏମ୍ -୫୯୮୮ ଓ ବାଇକ୍ ନଂ-ଓଡି ୧୭ ଏସି ୭୭୦୮ ଧକ୍କା ହେବା ସହ ବାଇକ୍ ଆରୋହୀ ଛିଟିକି ପଡ଼ି ବାଇକ୍ କୁ ଟ୍ରାକ୍ଟର ଦଳି ଦେଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ବାଇକ୍ ଚାଳକ ଓ ଯିବା ଆସିବା ଲୋକେ।ଏନେଇ ସ୍ଥାନୀୟ ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଗାଡ଼ି ଦ୍ବୟ କୁ ଥାନା କୁ ନେଇ ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।



