୧୦ ତାରିଖରୁ ବନ୍ଦ ରହିବ ଟ୍ରକ୍ ପରିବହନ

ବାସ୍ତବ ବ୍ୟୁରୋ: ନଭେମ୍ବର ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ଓ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ ନକଲେ ୧୦ ତାରିଖରୁ ବନ୍ଦ ରହିବ ଟ୍ରକ୍ ପରିବହନ । ରାଜ୍ୟ ସରକାରଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛି ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ ମାଲିକ ସଂଘ । ଖୋର୍ଦ୍ଧା ଟ୍ରକ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।

ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଟ୍ରକ ମାଲିକମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଅଯଥା ଜରିମାନା ତଥା ଶୋଷଣର ଶିକାର ହେଉଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ଵେ କୌଣସି ସୁଫଳ ମିଳିନି। ଯଦି ଆଗାମୀ ୯ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ୧୦ ତାରିଖରୁ ସାରା ରାଜ୍ୟରେ ଲଘୁ ଖଣିଜ ପରିବହନ କରୁଥିବା ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚକା ବନ୍ଦ ଆନ୍ଦୋଳନ କରିବେ। 

ସେୟାର କରନ୍ତୁ

Next Post

ଦକ୍ଷିଣ କୋରିଆରେ ବାଚସ୍ପତି :ଭାରତୀୟ ଦୂତାବାସ ପକ୍ଷରୁ ଉଚ୍ଛସିତ ସମ୍ବର୍ଧନା ଶିକ୍ଷା, ସାମାଜିକ, ସାଂସ୍କୃତିକ ଭାବବିନିମୟ ସମ୍ପର୍କରେ ଆଲୋଚନା...

Tue Nov 5 , 2024
ବାସ୍ତବବ୍ୟୁରୋ: ବାଚସ୍ପତି ସୁରମା ପାଢ଼ୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ଅବସରରେ,ଦକ୍ଷିଣ କୋରିଆରେ ପହଞ୍ଚିବା ବେଳେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ଉଚ୍ଛସିତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା । ସେଠାରେ ଥିବା ଭାରତର ରାଷ୍ଟ୍ରଦୂତ ଅମିତ କୁମାର ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ଵପୂର୍ଣ ସମ୍ପର୍କର ଅବତାରଣା କରିବା ସାଙ୍ଗକୁ ଓଡ଼ିଶା ସହ ଦକ୍ଷିଣ କୋରିଆର ସାମାଜିକ ଓ ସାଂସ୍କୃତିକ ଭାବବିନି […]

You May Like

Pin It on Pinterest