ବାସ୍ତବ ବ୍ୟୁରୋ: ଚଳିତ ମାସରେ ଓଡ଼ିଶାର ତିନି ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଉତ୍କଳ ବିଶ୍ୱ ବିଦ୍ୟାଳୟ, ରମାଦେବୀ ଦେବୀ ବିଶ୍ୱ ବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସରିବ କାର୍ଯ୍ୟକାଳ । ଓଡ଼ିଶା ୟୁନିଭରସିଟି ଆକ୍ଟ ୧୯୮୯ ଅନୁଯାୟୀ କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଉଚ୍ଚ ଶିକ୍ଷା ବିଭଗ ସଚିବଙ୍କୁ ଚିଠି କରାଯାଇଛି ।




