ଡେନମାର୍କର ଭିକ୍ଟୋରିଆ କେଜର ଥେଲବିଗ୍ ହେଲେ ମିସ୍ ୟୁନିଭର୍ସ ୨୦୨୪

ବାସ୍ତବ ବ୍ୟୁରୋ: ଡେନମାର୍କର ୨୧ ବର୍ଷୀୟ ଭିକ୍ଟୋରିଆ କେଜର ଥେଲବିଗ୍ ହୋଇଛନ୍ତି ମିସ୍ ୟୁନିଭର୍ସ ୨୦୨୪।

ଭିକ୍ଟୋରିଆ କଜେରଙ୍କୁ ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ମୁକୁଟ ପିନ୍ଧାଇଥିଲେ। ଏହି ମୁକୁଟର ନାମ ‘ଲୁମିଏରେ ଦେ ଇନଫିନି’ । ଯାହାର ଅର୍ଥ ଆଲୋକର ଅସୀମତା । ଏହି ମିସ ୟୁନିଭର୍ସ ମୁକୁଟ ମହିଳା ସଶକ୍ତିକରଣର ପ୍ରତିନିଧିତ୍ୱ କରେ ଏବଂ ଏହା ହୀରା ସହିତ ୨୩ ଟି ସୁବର୍ଣ୍ଣ ମୋତିରେ ସୁସଜ୍ଜିତ। ଏହି ସୁବର୍ଣ୍ଣ ମୋତି ଦକ୍ଷିଣ ସାଗରରୁ ସଂଗ୍ରହ କରାଯାଇଥିବା ବେଳେ ଏହାକୁ ପାରମ୍ପାରିକ କୌଶଳ ବ୍ୟବହାର କରି ୨ ବର୍ଷ ମଧ୍ୟରେ ଫିଲିପାଇନ୍ସ କାରିଗରମାନେ ପ୍ରସ୍ତୁତ କରିଛନ୍ତି।

ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ଏହି ବିୟୁଟି କଣ୍ଟେଷ୍ଟରେ ଚଳିତ ବର୍ଷ ୧୨୫ଟି ଦେଶରୁ ଅନେକ ପ୍ରତିଭା ସମ୍ପର୍ଣ୍ଣ  ପ୍ରତିଯୋଗୀମାନେ ଭାଗ ନେଇଥିଲେ।   

ଚଳିତ ବର୍ଷର ପ୍ରଥମ ରନର୍‌ ଅପ ନାଇଜେରିଆର ଚିଡିମ୍ମା ଆଡେଟସିନା, ଦ୍ୱିତୀୟ ରନର୍‌ ଅପ ମେକ୍ସିକୋର ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ, ତୃତୀୟ ରନର୍‌ ଅପ ଥାଇଲ୍ୟାଣ୍ଡର ଓପମ୍‌ଲ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରନର୍‌ ଅପ ଭେନେଜୁଏଲର ଇଲିଆନା ମାର୍କେଜ ରହିଛନ୍ତି। 

ମିସ୍ ୟୁନିଭର୍ସ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଭାରତର ରିୟା ସିଂଘା ମଧ୍ୟ ଭାଗ ନେଇଥିଲେ। ସେ ଟପ୍ ୩୦ରେ ତାଙ୍କ ସ୍ଥାନ ସୁରକ୍ଷିତ ରଖିଥିଲେ, ମାତ୍ର ଟପ୍ ୧୨ରେ ପ୍ରବେଶ କରିପାରି ନଥିଲେ।

ସେୟାର କରନ୍ତୁ

Next Post

ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ....

Mon Nov 18 , 2024
ସଂଜୟଶତପଥୀ(କଟକ): ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା କାରଣରୁ ଦୀର୍ଘଦିନ ଧରି ସେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ନିମୋନିଆ, କିଡ୍‌ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରଙ୍କ ଆପ୍ରାଣ […]

You May Like

Pin It on Pinterest