ଓଡ଼ିଶା ପର୍ବ’ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ….

ବାସ୍ତବ ବ୍ୟୁରୋ: ଦିଲ୍ଲୀରେ ଜବାହରଲାଲ ନେହରୁ ଷ୍ଟାଡିୟମରେ ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି, “ଆପଣମାନଙ୍କୁ ଭେଟି ମୁଁ ଆନନ୍ଦିତ। ଏଥର ସ୍ବଭାବ କବି ଗଂଗାଧର ମେହରଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ଶୁଭେଚ୍ଛା ଜଣାଉଛି। ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ, ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କୁ ପ୍ରମାଣ ଜଣାଉଛି। ଓଡ଼ିଶା ନିଜର ସାଂସ୍କୃତିକ ବିବିଧତା ଦ୍ବାରା ଭାରତକୁ ଜୀବନ୍ତ ରଖିବାରେ ବହୁତ ବଡ଼ ଭୂମିକା ପ୍ରତିପାଳନ କରିଛି। ଓଡ଼ିଶା ସବୁବେକଳେ ସନ୍ଥ ଓ ବିଦ୍ବାନଙ୍କ ଧରିତ୍ରୀ ରହିଛି। ଆମର ଧର୍ମଗ୍ରନ୍ଥକୁ ବିଦ୍ବାନମାନେ ଏଠାକୁ ପହଞ୍ଚାଇଛନ୍ତି।ଭାରତର ସାଂସ୍କୃତିକ ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।”

ତିନିଦିନିଆ ସମାରୋହର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି। ତାଙ୍କର ପ୍ରେରଣାର ଭାରତରେ ହଜାର ହଜାର କୋଟି ଟଙ୍କାର ଆଦିବାସୀ କଲ୍ୟାଣ ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି। ଏଥିରୁ ଦେଶର କୋଟିକୋଟି ଆଦିବାସୀଙ୍କୁ ଲାଭ ମିଳୁଛି। ଓଡ଼ିଶା କେବେ ଆଗକୁ ବଢ଼ିବ? ଯେତବେଳ ଓଡ଼ିଶାର ମହିଳା ଆଗକୁ ବଢ଼ିବେ, ସେହି ସମୟରେ ଓଡ଼ିଶା ବିକଶିତ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ ୧୦ ବର୍ଷ ହେଲା କାମ ଚାଲିଛି। ୨୦୨୪ରେ ଓଡ଼ିଶାବାସୀ ନୂଆ ଆଶା ଦେଇଛନ୍ତି। ୨୦୩୬ରେ ଓଡ଼ିଶା ଶତବାର୍ଷିକୀ ପାଳନ ହେବ। ଏହି ଅବସରରେ ଓଡ଼ିଶାର ବିକାଶ ଆମକୁ ଦେଖିବାର ଅଛି। ଏକଦା ଓଡ଼ିଶାକୁ ପଛୁଆ କୁହାଯାଉଥିଲା, କିନ୍ତୁ ଓଡ଼ିଶାକୁ ମୁଁ ପୂର୍ବ ଭାରତର ବିକାଶର ଇଞ୍ଜିନ ଭାବେ ଦେଖୁଛି। ଓଡ଼ିଶା ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଦିଗରେ ଅଗ୍ରଗତି କରୁଛି। ଓଡ଼ିଶାର ବିକାଶ ପାଇଁ ଗତବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶାର କୃଷି ଉତ୍ପାଦନ ବଢ଼ାଇ ଚାଷୀମାନଙ୍କୁ ଲାଭବାନ କରାଯିବ। ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅନ୍ତର୍ଜାତୀୟ ବଜାରରେ ଅଧିକ ଲୋକପ୍ରିୟ କରିବା ପାଇଁ ଉଦ୍ୟମ ହେଉଛି। ଓଡ଼ିଶାରେ ନୂଆ ସରକାରର ୧୦୦ ଦିନରେ ୪୫ହଜାର କୋଟି ନିବେଶକୁ ମଂଜୁରୀ ମିଳିଛି।

ସେୟାର କରନ୍ତୁ

Next Post

୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

Mon Nov 25 , 2024
ବାସ୍ତବ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ହେବାକୁ ଥିବାହେବାକୁ ଥିବା ୩ ଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।  ଆଇନ ମନ୍ତ୍ରୀ କହିଛନ୍ତି ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ୨୯ ତାରିଖରେ ଓଡ଼ିଶା ଆସିବେ । ସେ ୩୦ ଓ […]

You May Like

Pin It on Pinterest