ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଭୁଶୁଡିଲା ନିର୍ମାଣାଧୀନ ଟନେଲ

ବାସ୍ତବ ବ୍ୟୁରୋ: ଆଜି (ରବିବାର) ସକାଳେ ରାଜସ୍ଥାନ କୋଟା ନିକଟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ନିର୍ମାଣାଧୀନ ଟନେଲର ଗୋଟିଏ ପାର୍ଶ୍ୱ  ଭୁଶୁଡି ପଡିଛି, ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ତୁରନ୍ତ କୋଟା ହସ୍ପିଟାଲ ପଠାଯାଇଛି। ଯେତେବେଳେ ଦୁର୍ଘଟଣା ଘଟିଲା ଶ୍ରମିକମାନେ ନିଜନିଜ କାମ କରୁଥିଲେ, ଫଳରେ କିଛି ଲୋକ ଧ୍ୱଂସସ୍ତୁପ ତଳେ ପୋତି ହୋଇଯାଇଥିଲେ। 

ସ୍ଥାନୀୟ ପୋଲିସ ଓ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ସାଥୀ ଶ୍ରମିକମାନେ ସେମାନଙ୍କ ସହଯୋଗୀମାନଙ୍କୁ ବାହାର କରିସାରିଥିଲେ। ଆହତ ଶ୍ରମିକମାନଙ୍କୁ ପ୍ରଥମେ ମୋଡକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଉପଚାର ପରେ ସେମାନଙ୍କୁ କୋଟା ରେଫର କରାଯାଇଛି।

ସୂଚନାନୁଯାୟୀ, ଏହି ଟନେଲକୁ ଶବ୍ଦ ନିରୋଧକ ଭାବେ ନିର୍ମାଣ କରାଯାଉଛି, ଯେପରି ଯାନବାହନରୁ ହେଉଥିବା ଶବ୍ଦ ଯୋଗୁ ଆଖପାଖର ବନ୍ୟଜୀବ  ହଇରାଣ ନ ହୁଅନ୍ତି। ଏହା ଏକ ବଡ଼ ପ୍ରକଳ୍ପର ଅଂଶବିଶେଷ, ଯାହାର ଉଦ୍ଦେଶ୍ୟ ବନ୍ୟ ଜୀବନ ଖାସ କରି ବାଘଙ୍କ ସୁରକ୍ଷା କରିବା। କାରଣ ଏହି ରାସ୍ତା ମୁକନ୍ଦରା ଟାଇଗର ରିଜର୍ଭ ଦେଇ ଯାଉଛି। ଏନଏଚଆଇ ଏଇଏନ୍ ରାକେଶ ମିଣା କହିଛନ୍ତି ଯେ ୪.୯ କିଲୋମିଟର ଦୀର୍ଘ ଏହି ଟନେଲ ୮ଲେନର ହେବ ଓ ଏହାକୁ ମୁକନ୍ଦରା ଟାଇଗର ରିଜର୍ଭ ପାହାଡ ତଳେ ନିର୍ମାଣ କରାଯିବ। 

ସେୟାର କରନ୍ତୁ

Next Post

ଆସନ୍ତା ୩ ତାରିଖରୁ ୭ ଯାଏଁ ଓଡିଶା ଗସ୍ତରେ ରାଷ୍ଟ୍ରପତି

Mon Dec 2 , 2024
ବାସ୍ତବ ବ୍ୟୁରୋ: ଆସନ୍ତା ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଉତ୍ସବ। ଆଉ ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସୂଚୀ ସାମ୍ନାକୁ ଆସିଛି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଆସନ୍ତା ୩ ତାରିଖ ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟ ସମୟରେ ରାଷ୍ଟ୍ରପତି […]

You May Like

Pin It on Pinterest