
ବରଗଡ୩/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ଅତାବିରା ଗୋଷ୍ଠୀ ଶିକ୍ଷା ପରିବାର ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି।ଉଦଘାଟନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ତପନ କୁମାର ଦାସ ଏବଂ ପ୍ରଧାନ ଶିକ୍ଷକ ମନୋଜ ହରିପାଲ ମଞ୍ଚାସିନ ଥିଲେ।ଧନ୍ୟବାଦ୍ ଅର୍ପଣ କରିଥିଲେ ସି.ଆର.ସି.ସି ରଞ୍ଜନ ବାଗ ।
ଏହି ଅବସରରେ ଦିବ୍ବ୍ଯାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ,ଚିତ୍ରାଙ୍କନ,ମ୍ୟୁଜିକ ଚେୟାର୍ ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତାବିରା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ଯୋଗଦାନ କରି କୃତି ଦିବ୍ୟାଙ୍ଗ ପିଲା ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଭା ପରିଚାଳନା ଦାୟିତ୍ୱରେ ସି.ଆର.ସି.ସି ନନ୍ଦିଘୋଷ ଭୁଏ ରହିଥିବାବେଳେ, ବି. ଆର୍. ଟି. ବଳରାମ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।ବି.ଆର୍.ଟି. ସାଇସୁଧା ପାଢ଼ୀ,ବ୍ଲକର ସମସ୍ତ ସି.ଆର.ସି.ସି, ସମସ୍ତ ଅନ୍ତର୍ଣିବେଶି ସ୍ଵେଚ୍ଛାସେବୀ ତଥା ଅତାବିରା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସକ୍ରିୟ ସହଯୋଗ ରହିଥିଲା।



