
ବରଗଡ଼୫/୧୨(ନବୀନ କୁମାର ଦାଶ):ବରଗଡ଼ ୱାର୍ଡ ନମ୍ବର ୧୪ ସୁବାସ ନଗର ଠାରେ ଶ୍ରୀ ଶ୍ରୀ ହନୁମାନ ପ୍ରଭୂ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସର ରେ ମନ୍ଦିର ପ୍ରତିଷ୍ଠା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଶିବିରକୁ ମନ୍ଦିର ପ୍ରତିଷ୍ଠା କମିଟି ର ସଭାପତି ସରୋଜ କୁମାର ସାହୁ,ସମ୍ପାଦକ ପଞ୍ଚାନନ ପଧାନ,ସଦସ୍ୟ ନୀରୋଜ ପାତ୍ର ଓ ଆଲୋକ ରଞ୍ଜନ ବିଶ୍ବାଳ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ।ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୧୨ଜଣ ମହିଳା ରକ୍ତ ଦାତା ଙ୍କ ସମେତ ୨୧ଜଣ ପୁରୁଷ ରକ୍ତ ଦାତା ଙ୍କୁ ମିଶାଇ ସର୍ବମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ଶିବିରକୁ ନିଷ୍ଠା ପରିବାର ସଦସ୍ୟ/ସଦସ୍ୟା ମାନେ ଓ ମନ୍ଦିର କମିଟି ର ସଦସ୍ୟ ମାନେ ପରିଚାଳନା କରିଥିଲେ।ପରିଶେଶ ରେ ରକ୍ତଦାନ ଶିବିର ଆୟୋଜନ ପାଇଁ ହନୁମାନ ମନ୍ଦୀର ପ୍ରତିଷ୍ଠା କମିଟି କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ମନ୍ଦିର କମିଟି ପକ୍ଷରୁ ମଧ୍ୟ ନିଷ୍ଠା ପରିବାର କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।ସମସ୍ତ ରକ୍ତଦାତା,ସହ ଯୋଗୀ,ଶୁଭେଛୁ ଓ ମନ୍ଦିର ପ୍ରତିଷ୍ଠା କମିଟି ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।