ରେଳ ଲାଇନ କଡରୁ ଯୁବତୀଙ୍କ ମୃତଦେହ ଉଦ୍ଧର…

ବରଗଡ଼୬/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଦେଇ ଯାଇଥିବା ରେଳ ଲାଇନ୍ ର ଗୋଡଭଗା ଚକୁଳି ଫାର୍ମ ମଝିରେ ଖୁଣ୍ଟି ନଂ ୫୭୮,୧୫ / ୧୭ ଖୁଣ୍ଟି ମଧ୍ୟରେ ରେ ଆଜି ସକାଳ ୧୦ ଟା ୩୦ ମିନିଟ ରେ ସମ୍ବଲପୁର ରୁ ଟିଟିଲାଗଡ଼ ଯାଉଥିବା ଏକ ମାଲବାହୀ ଗାଡ଼ି ରେ ଜଣେ ମହିଳା କଟି ଯାଇ ଆତ୍ମହତ୍ୟା କରିଥିବା ରେଲୱେ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆତ୍ମହତ୍ୟା କରିଥିବା ମହିଳା ଜଣକ ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ର ଉପେନ୍ଦ୍ର ନାଗ ଙ୍କ ସ୍ତ୍ରୀ କାନ୍ତି ନାଗ (୩୪) ବୋଲି ଜଣାପଡିଛି । ମହିଳା ଜଣକ ରେଳ କଡ଼ରେ ଶୋଇ ଆତ୍ମହତ୍ୟା କରିଛନ୍ତି।ଗୋଡ଼ଭଗା ଷ୍ଟେସନ ମାଷ୍ଟର ଏ ନେଇ ସମ୍ବଲପୁର ରେଲୱେ ପୋଲିସ କୁ ଖବର ଦେବା ପରେ ଅପରାହ୍ନ ୧ ଟା ରେ ଘଟଣା ସ୍ଥଳକୁ ପହଞ୍ଚିଥିଲେ ରେଲୱେ ଏ ଏସ ଆଇ ଅଶୋକ କୁମାର ନାୟକ ଓ କନେଷ୍ଟବଳ ଫକିର ମୋହନ ସାହୁ । ଶବକୁ ନେଇ ପଚରା ଉଚୁରା କରୁଥିବା ବେଳେ ମୃତ କାନ୍ତି ଙ୍କ ଶ୍ଵଶୁର ବୁଡୁ ନାଗ ପହଞ୍ଚି ତାଙ୍କର ପୁତ୍ରବଧୂ ବୋଲି କହି ଥିଲେ।ବୁଡୁ ଙ୍କ ତିନି ପୁଅ ମଧ୍ୟରୁ କାନ୍ତି ହେଉଛି ସlନ ପୁଅ ଉପେନ୍ଦ୍ର ଙ୍କ ପତ୍ନୀ।
ମୃତ କାନ୍ତି ଙ୍କ ୧୧ ବର୍ଷର ଗୋଟିଏ ମାତ୍ର ପୁଅ।ସେ ଅତାବିରା ଶିଶୁ ବିଦ୍ୟା ମନ୍ଦିର ରେ ପଡୁଅଛି।ସେ ମେଧାବୃତ୍ତି ମଧ୍ୟ ପାଇଛି।କୌଣସି କାରଣରୁ କାନ୍ତି ଆଜି ସକାଳେ ଘରୁ କୁଆଡେ ଚାଲି ଯାଇଥିଲେ ।ଖୋଜା ଖୋଜି କରୁ କରୁ ସୂଚନା ପାଇ ଶ୍ଵଶୁର ଘଟଣା ସ୍ଥଳକୁ ପହଞ୍ଚିଥିଲେ।

ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ଛଟା ରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇ ଥିଲା କାନ୍ତି ଙ୍କର ମୃତ ଶରୀର।କାନ୍ତି ଙ୍କ ବିବାହ କୁ ମାତ୍ର ୧୨ ବର୍ଷ ।କିନ୍ତୁ ଆତ୍ମହତ୍ୟା ର କାରଣ କିଛି ଜଣା ପଡିନି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସେୟାର କରନ୍ତୁ

Next Post

ଆସନ୍ତା ଡିସେମ୍ବର ୧୪ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

Sat Dec 7 , 2024
ବାସ୍ତବ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ୧୨ ତାରିଖରେ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ୧୪ରେ  ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହା ଲଘୁଚାପ ରୂପ ନେବ। ୪୮ ଘଣ୍ଟାରେ ଏହା […]

You May Like

Breaking News

Pin It on Pinterest