ବାସ୍ତବ ବ୍ୟୁରୋ: ବଦଳିଲେ ୫ ରାଜ୍ୟର ରାଜ୍ୟପାଳ । ଓଡ଼ିଶା ସମେତ ୪ ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି । ମିଜୋରାମ, କେରଳ, ବିହାର, ଓଡ଼ିଶା ଓ ମଣିପୁରର ରାଜ୍ୟପାଳଙ୍କ ବଦଳି ହୋଇଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ଡକ୍ଟର ହରିବାବୁ କାମ୍ଭମପତିଙ୍କୁ ନିଯୁକ୍ତି ଦିଆଯାଇଛି ।
ହରି ବାବୁ ବର୍ତ୍ତମାନ ମିଜୋରାମର ରାଜ୍ୟପାଳ ଅଛନ୍ତି । ସେ ୧୬ତମ ଲୋକସଭାରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ସେ ଆନ୍ଧ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଥିଲେ। ହରି ବାବୁଙ୍କୁ ୨୦୨୧ ଜୁଲାଇ ୬ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ।
ସୂଚନାନୁଯାୟୀ, ରଘୁବର ଦାସ ଇସ୍ତଫା ଦେଇଥିବାବେଳେ ତାହାକୁ ମଂଜୁର କରାଯାଇଛି । ପୁଅଙ୍କ ବିବାଦୀୟ କାର୍ଯ୍ୟ ପାଇଁ ରଘୁବର ବିବାଦଘେରକୁ ଆସିଥିଲେ। ଗତବର୍ଷ ଅକ୍ଟୋବର ୧୮ତାରିଖରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।
ମିଜୋରାମର ରାଜ୍ୟପାଳ ଭାବେ ଡକ୍ଟର ବିଜୟ କୁମାର ସିଂଙ୍କୁ ନିଯୁକ୍ତ କରାଯାଇଛି । ସେହିପରି କେରଳ ପାଇଁ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର, ବିହାର ପାଇଁ ଶ୍ରୀ ଆରିଫ୍ ମହମ୍ମଦ ଖାନ ଓ ମଣିପୁର ପାଇଁ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କୁ ନିଯୁକ୍ତ କରାଯାଇଛି ।