
ବରଗଡ଼-୨୭/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନଏସି ୫୩ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼ -ସମ୍ବଲପୁର ୱେ ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଅତାବିରା ନିର୍ବାଚନ ମଣ୍ତଳ ସ୍ତରୀୟ ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି।
ସ୍ବର୍ଗତ କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଧୂପ ଦ୍ବୀପ ପ୍ରଜ୍ବଳନ ପୁର୍ବକ ଅତାବିରା ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଙ୍କ ସଭାପତିତ୍ବରେ ଉର୍କୁକୁ ସାହୁ ଙ୍କ ମଞ୍ଚ ପରିଚାଳନା କ୍ରମେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନେହା ଙ୍ଗିନୀ ଛୁରିଆ ଯୋଗ ଦେଇଥିବା ବେଳେ ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ଗୌର ହରି ମିଶ୍ର,ଭେଡେନ ବ୍ଲକ୍ ସଭାପତି ହରି ଶଙ୍କର ବେହେରା ସମ୍ମାନିତ ଅତିଥି ରୂପେ ମଞ୍ଚାଷିନ ରହିଥିଲେ।ମଞ୍ଚାଷୀନ ଅତିଥି ଙ୍କ ସମେତ ୟୁନିଶ ଖାଁ,ଭାଗିରଥି ହୋତା, ପୂର୍ଣ୍ଣଚନ୍ଦ୍ର ବେହେରା,କୁଳମଣି ପ୍ରଧାନ ଓ ବରଗଡ ଜିଲ୍ଲା ସମବାୟ ର ନରେନ୍ଦ୍ର ଦାଶ ପ୍ରମୁଖ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ରାଜନୈତିକ ଚିନ୍ତାଧାରା ଓ କାର୍ଯ୍ୟଧାରା ଉପରେ ସ୍ମୃତି ଚାରଣ କରିବା ସହିତ ସଂଗଠନ କୁ ତୃଣମୂଳ ସ୍ତରରେ ମଜଭୁତ କରିବା,ମହିଳା ଙ୍କୁ ସମ୍ମାନ ଦେବା ଆଦି ଉପରେ ଗୁରୁତ୍ବ ଦିଆଯିବ ବୋଲି କହି ଥିଲେ।
ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ଏନଏସି ଅଧ୍ଯକ୍ଷ ବନ ମାଳୀ ବରିହା,ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହଲିଂଗ,ବ୍ଲକ୍ ଉପାଧ୍ୟକ୍ଷ ଅନନ୍ତ ମେହେର,ଡୋଳାମଣୀ ଖେତି,ଟଙ୍କ ଦାଶ, ସମସ୍ତ ଜିଲ୍ଲା ପରିଷଦ,କାଉନସିଲର, ସରପଞ୍ଚ,ସମିତି ସଭ୍ୟ ସଭ୍ୟା,ଶତାଧିକ ମହିଳା,ଯୁବକ ତଥା ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ।