ନିଷ୍ଠା ପରିବାର ଦ୍ଵାରା ଆୟୋଜିତ ରେଡ ଡ୍ରପ ମାରାଥନ ର ଶୁଭ ଉଦ୍ଘାଟନୀ ଉତ୍ସବ…

ବରଗଡ଼୨୭/୧୨(ନବୀନ କୁମାର ଦାଶ):ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ବରଗଡ଼ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏକ ନିଆରା କାର୍ଯ୍ୟକ୍ରମ ରେଡ ଡ୍ରପ ମାରାଥନର ଶୁଭ ଉଦ୍ଘାଟନୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ସମ୍ମାନୀତ ଅତିଥି ଭାବରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ନିରୂପମା ଷଡ଼ଙ୍ଗୀ,ରକ୍ତ ଭଣ୍ଡାର ଅଧିକାରୀ ସୁଶାନ୍ତ କୁମାର କର,ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ।ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଭାପତି ରକ୍ଷାପାଲ ସାହୁ,ସମ୍ପାଦକ ଲୋକନାଥ ସାହୁ,ମଞ୍ଚାସୀନ ଥିଲେ। ଅତିଥି ମାନଙ୍କ ଦ୍ୱାରା ରେଡ ଡ୍ରପ ମାରାଥନ ର ନୂତନ ଲଗୋ ର ଉନ୍ମୋଚନ କରଯାଇଥିଲା।ଓଡିଶା ରେ ପ୍ରଥମ ଥର ଦୀର୍ଘ ୩୩ଦିନ ଧରି ପ୍ରତ୍ୟେକ ଦିନ ଜିଲ୍ଲା ବ୍ୟାପି ହେଉଥିବା ଏକ ଅଭିନବ କାର୍ଯକ୍ରମ କୁ ଅତିଥି ମାନେ ପ୍ରଶଂସା କରିବା ସହ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ରେ ଦୀର୍ଘ ଆଠ ଦିନ ଧରି ହେବାକୁ ଥିବା ରକ୍ତ ଦାନ ଶିବିର ହେବା ମଧ୍ୟ ଏକ ଅନନ୍ୟ ପ୍ରୟାସ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ସୁଦୂର ମୁମ୍ବାଇ ର ଡାକ୍ତର ବିନୟ ସେଠୀ ଥିଙ୍କ ଫାଉଣ୍ଡେସନ ର ଉପ ସଭାପତି ଓ ଡାକ୍ତର ନରେଶ ସାହୁ ଓଡିଶା ରକ୍ତଦାତା ସଙ୍ଘ ର ସଭାପତି ଭର୍ଚୁଆଲ ମାଧ୍ୟମ ରେ ନିଜର ବାର୍ତ୍ତା ରଖିଥିଲେ।ନିଷ୍ଠା ପରିବାର ର ଉପ ସଭାପତି ମଦନ ମୋହନ ଦାଶ ସଭା ର ସଂଯୋଜନା କରିଥିବାବେଳେ ଉପଦେଷ୍ଟା ସଚି ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଉପଦେଷ୍ଟା ଆଶିଷ କର,ଜିତୁ ମହାପାତ୍ର,ବିଦ୍ୟାଧର ଭୋଇ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,କ୍ଷିରୋଦ୍ର ସାହୁ,ସଙ୍କେତ ଆଠଘରା ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।

ସେୟାର କରନ୍ତୁ

Next Post

ଶ୍ରୀରାମ ପ୍ରେମୀ ଗିରିଧାରୀ ମଲ୍ଲ ଙ୍କ ଶ୍ରଦ୍ଧାଞ୍ଜଳି ସଭା...

Sat Dec 28 , 2024
ସଂଜୟ ଶତପଥୀ: କଟକ ଜିଲ୍ଲା ର ନୂଆ ପାଟଣା ଗ୍ରାମର ବିଶିଷ୍ଟ ଆଧ୍ୟାତ୍ମବାଦୀ, ସନାତନ ଧର୍ମ ପ୍ରଚାରକ, ଶ୍ରୀରାମ ପ୍ରେମୀ, ଗୋପାଳକୃଷ୍ଣ ରାମଲୀଳା ପ୍ରଚାର ସମିତି ର ସମ୍ପାଦକ ଶ୍ରୀ ଗିରିଧାରୀ ମଲ୍ଲ ଙ୍କ ଶ୍ରଦ୍ଧାଞ୍ଜଳି ସଭା ନୂଆ ପାଟଣାସ୍ଥିତ ତଳସାହି ପଡ଼ିଆରେ ବିଶିଷ୍ଟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଶୋକାକୁଳ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ରାମଲୀଳା ଲେଖକ, ନିର୍ଦ୍ଦେଶକ ଶ୍ରୀ ରଣଜିତ ପ୍ରସାଦ […]

You May Like

Pin It on Pinterest