ପୂଣ୍ୟାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଙ୍କ ୧୪୩ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ…

ସଂଜୟ ଶତପଥୀ(କଟକ): କଟକ ର ପୁରାତନ ବିଦ୍ୟାଳୟ ତଥା ଓଡ଼ିଶାର ଶିକ୍ଷା କୁ ସାରା ବିଶ୍ବରେ ପରିଚିତ କରାଇବାର ଲକ୍ଷ୍ୟ ନେଇ କଟକର ଦରଘାବଜାର ଠାରେ ପ୍ୟାରିମୋହନ ଏକାଡେ଼ମୀ ର ପ୍ରତିଷ୍ଠାତା ସ୍ବଃ ପ୍ୟାରୀମୋହନ ଆଚାର୍ଯ୍ୟ ଙ୍କ ୧୪୩ ତମ ଶ୍ରାଦ୍ଧବାର୍ଷିକୀ ପ୍ୟାରୀମୋହନ ଏକାଡେମୀ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଂସଦର‌ ବରିଷ୍ଠ ଉପ-ସଭାପତି ଅତିରିକ୍ତ ଉଚ୍ଚତର ଶିକ୍ଷା ନିର୍ଦ୍ଦେଶକ ଡଃ ବିଶ୍ବଜିତ ଘୋଷ ଙ୍କ ସଭାପତିତ୍ବରେ ମହାସମାରୋହରେ ବିଦ୍ୟାଳୟ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ, କଟକ ଶ୍ରୀ ଭର୍ତ୍ତୁହରି ମହତାବ, ମୂଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧୂକାରୀ, କଟକ, ଡଃ ସନ୍ତୋଷ କୁମାର ରାଉତ, ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧୂକାରୀ ଶ୍ରୀମତୀ ଅଭିଜିତା ଭାସ୍କର ଯୋଗଦେଇଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅତିଥିବୃନ୍ଦ ବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ବିଦ୍ୟାଳୟ ପକ୍ଷରୁ ସ୍ବାଗତ କରାଯିବା ସହ ଆଚାର୍ଯ୍ୟ ପ୍ୟାରୀମୋହନ ଙ୍କ ପ୍ରତିମୂର୍ତ୍ତି ନିକଟକୁ ପାଛୋଟି ନିଆଯାଇଥିଲା। ଅତିଥିଗଣ,ସଂସଦର କର୍ମକର୍ତ୍ତା ଓ ସଦସ୍ୟମାନେ ଅତିଥିମାନଙ୍କ ସହ ପୂଣ୍ୟାତ୍ମା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଭକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆମନ୍ତ୍ରିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ଆଚାର୍ଯ୍ୟ ପ୍ୟାରୀମୋହନ ଙ୍କ ଏହି ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଏବଂ ଅଭୁଲା ସ୍ତୁତି ବୋଲି କହିବା ସହ ସମସ୍ତ ଓଡ଼ିଆ ଏହି ଅମ୍ଲାନ ପୂଣ୍ୟାତ୍ମାଙ୍କୁ ମନେ ରଖୂବା ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମର ଆୟୋଜନ କୁ ପ୍ରଶଂସା କରିବା ସହ ସଂସଦର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଜିଲ୍ଲା ଶିକ୍ଷା ଅଧୂକାରୀ ଡଃ ରାଉତ ପୁସ୍ତକ ହିଁ ଜଣେ ମନୁଷ୍ୟ ର ହିଁ ମାର୍ଗଦର୍ଶକ ଯାହାକି ପୂଣ୍ୟାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଙ୍କ ହାତରେ ଥିବା ପୁସ୍ତକ ହିଁ ସୂଚାଇଦିଏ ବୋଲି ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ବାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥୂବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧିତ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀମତୀ କନକଲତା ଦାସ ଙ୍କୁ ଆଚାର୍ଯ୍ୟ ହରିହର ଶିକ୍ଷକ ଗୈାରବ ସମ୍ମାନ, ସୁଶ୍ରୀ ପ୍ରତିମା ମହାନ୍ତି ଙ୍କୁ ବିପିନ୍ ଚନ୍ଦ୍ର ପାଲ୍ ଶିକ୍ଷକ ଗୈାରବ ସମ୍ମାନ, ଶ୍ରୀମତୀ ଆଭାରାଣୀ ବୋଷ ଙ୍କୁ ବସନ୍ତ ଦାସ ଶିକ୍ଷକ ଗୈାରବ ସମ୍ମାନ, ଶ୍ରୀ ଏମ୍.ଏନ୍.ରାଓ ଙ୍କୁ ନବକୃଷ୍ଣ ଚୌଧୁରୀ ଛାତ୍ର ଗୈାରବ ସମ୍ମାନ, ଶ୍ରୀ ମହେଶ୍ୱର ମୂଳିଆ ଙ୍କୁ ବୀରେନ ମିତ୍ର ଛାତ୍ର ଗୈାରବ ସମ୍ମାନ ଓ ଶ୍ରୀ ହୃଷୀକେଶ ମହାନ୍ତି ଙ୍କୁ ରଙ୍ଗନାଥ ମିଶ୍ର ଛାତ୍ର ଗୈାରବ ସମ୍ମାନ ରେ ଉପଢୌକନ, ମାନପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସାଂସଦ ର ସଭାପତି ଶ୍ରୀ ସଲିଲ୍ ଘୋଷ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ବିଷୟରେ ତଥା ବିଦ୍ୟାଳୟ ବିଷୟରେ ସମ୍ୟକ୍ ତଥ୍ୟ ଉପସ୍ଥାପନ କରିଥୂଲେ। ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ସାହୁ, ଶ୍ରୀ ମନୋଜ ପଟ୍ଟନାୟକ, ଶ୍ରୀ ଅଶୋକ କୁମାର ଦଳାଇ, ଶ୍ରୀ ଶୁଭାଶିଷ କର , ଶ୍ରୀ ଭବାନୀ ପ୍ରସାଦ ମିଶ୍ର ଓ ଶ୍ରୀମତୀ ଗୀତାଞ୍ଜଳି ପତି ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ସଦସ୍ୟା ତଥା ପ୍ରାକ୍ତନ ଛାତ୍ରୀ ପୁଷ୍ପିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

"ସମ୍ବିଧାନ ପ୍ରଣେତା" ଙ୍କୁ ଆକ୍ଷେପକୁ ବିରୋଧ କରି ବାମପନ୍ଥୀ ଦଳର ବିକ୍ଷୋଭ

Mon Dec 30 , 2024
ସଂଜୟ ଶତପଥୀ: ଗତ ଲୋକସଭାରେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ କର୍ମକର୍ତ୍ତା, ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ୍ ଶାହା ଶାହାଙ୍କ ର ସମ୍ବିଧାନର ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ଆକ୍ଷେପ ମୂଳକ ମନ୍ତବ୍ୟ କୁ ସାରା ଦେଶ ତଥା ସମସ୍ତ ରାଜନୈତିକ ଦଳ ନାପସନ୍ଦ କରୁଥିବା ବେଳେ କେନ୍ଦ୍ର ବାମପନ୍ଥୀ ଦଳ ମଧ୍ୟ ସେହି ନାପସନ୍ଦ ରେ ସାମିଲ୍ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ […]

You May Like

Pin It on Pinterest