୪ଙ୍କୁ ଖେଳ ରତ୍ନ; ୩୨ କ୍ରୀଡାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର:କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା

ବାସ୍ତବ ବ୍ୟୁରୋ: ୨୦୨୪ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ଜଣଙ୍କୁ ମେଜର ଧ୍ୟାନ୍‌ ଚାନ୍ଦ୍‌ ଖେଳରତ୍ନ, ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର ରେ ସମ୍ମାନିତ କରାଯିବ । ବିଶ୍ୱ ଚେସ୍ ଚାମ୍ପିଅନ୍ ଡି ଗୁକେଶ ଓ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ଷ୍ଟାର ଶୁଟର୍ ମନୁ ଭାକରଙ୍କୁ ମିଳିବ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ମନୁ ଭାକର ଓ ଡି. ଗୁକେଶଙ୍କ ସମେତ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତି ସିଂହ ଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରବୀଣ କୁମାରଙ୍କୁ ଖେଳରତ୍ନ ପୁରସ୍କାର ଦେଇ ସମ୍ମାନିତ କରାଯିବ।

ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ହେବେ ଏହି ୪ ଖେଳାଳି। ଏନେଇ ଗୁରୁବାର ‌କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଛି। କ୍ରୀଡ଼ା ମନ୍ତ୍ରାଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ କମିଟିର ସୁପାରିଶ ଓ ଯାଞ୍ଚ ପରେ ସରକାର ଏହି କ୍ରୀଡ଼ାବିତ, କୋଚ୍, ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯୋଗ୍ୟ ୨୦୨୪ ପାଇଁ ଖେଳରତ୍ନ ସହିତ ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ମଧ୍ୟ ତିନୋଟି ବିଶ୍ୱବିଦ୍ୟାଳୟ ନାଁ ଘୋଷଣା କରାଯାଇଛି।

ସେୟାର କରନ୍ତୁ

Next Post

ଘେଁସରେ ରାଜ୍ୟସ୍ତରୀୟ ବୀରତା ଦିବସ ପାଳିତ...

Thu Jan 2 , 2025
ବରଗଡ଼:-୨/୧(ନବୀନ କୁମାର ଦାଶ):ମା’ ମାଟିକୁ ମୁକ୍ତ କରିବା ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗ କରି ଜୀବନ ବ୍ୟାପୀ ସଂଘର୍ଷ କରିଥିବା ବରଗଡ ଜିଲ୍ଲା ଘେଁସର ଜମିଦାର ମାଧୋ ସିଂହ ଓ ତାଙ୍କ ପରିବାରର ଇତିହାସ ସମଗ୍ର ଭାରତ ବର୍ଷରେ ବିରଳ ଅଟେ।ତେଣୁ ଘେଁସ ବିରଳ ଇତିହାସର ସଂରକ୍ଷଣ ଆବଶ୍ୟକ ରହିଛି ବୋଲି ଘେଁସ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବୀରତା ଦିବସରେ ମତ ପ୍ରକାଶ ପାଇଛି। ଶହୀଦ ସ୍ମୃତି ସ୍ତମ୍ଭ […]

You May Like

Pin It on Pinterest