ବାସ୍ତବ ବ୍ୟୁରୋ: ଚୀନରେ ଦିନକୁ ଦିନ ଖରାପ ହେଉଛି ସ୍ଥିତି । ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି । ଆଣ୍ଟିଭାଇରାଲ୍ ଔଷଧର ଅଭାବ ସୃଷ୍ଟି ଦେଖାଦେଲାଣି । ବଜାରରେ ଔଷଧର କଳା ବଜାରୀ ଚାଲିଛି । ପରିସ୍ଥିତି ଏମିତି ହୋଇଛି, ୪୧ ଡଲାରରେ ବିକ୍ରି ହେଉଛି ମେଡିସିନ୍ । ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।
ବଢ଼ୁଥିବା ସଂକ୍ରମଣକୁ ଦେଖି ଉହାନରେ ସ୍କୁଲ ବନ୍ଦ କରାଯାଇଛି। ପିଲାମାନଙ୍କ ସଂକ୍ରମଣ ବଢୁଥିବାରୁ ଘରୁ ନବାହାରିବାକୁ ଜାରି ହୋଇଛି କଟକଣା । ଆଉ ଚୀନରେ ସୃଷ୍ଟି ଏହି ଭୂତାଣୁ ଏବେ ସମଗ୍ର ବିଶ୍ୱକୁ ବ୍ୟାପିଲାଣି । ଭାରତ, ମାଲେସିଆ, ଜାପାନ, କାଜାଖସ୍ତାନରେ ବି ବଢିଛି ମାମଲା ।



