ବାସ୍ତବ ବ୍ୟୁରୋ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ରାଜ୍ୟ ବାହାରେ ରହୁଥିବା ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ତେଣୁ ସେମାନ ଯଦି ଆବେଦନ କରିବେ, ତେବେ ସେମାନଙ୍କ କଥାକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ସହାୟତା ମିଳିବ । ଏହିକ୍ରମରେ ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ଜିଲ୍ଲାଓ୍ୱାରୀ ରିଭ୍ୟୁ ହୋଇଥିଲା । ଯେଉଁଥିରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏହାବ୍ୟତୀତ ରାଜ୍ୟ ବାହାରେ ରହୁଥିବା ମହିଳାଙ୍କ ସୁଭଦ୍ରା ସହାୟତା ମିଳିବା ଉଚିତ୍ । ଏଥିପାଇଁ ସେମାନେ ଆବେଦନ କରିବା ଉଚିତ୍ । ଯଦି ସେମାନେ ଆବେଦନି କରିବେ । ତେବେ ସେମାନଙ୍କୁ ଟଙ୍କା ମିଳିବ । ଶେଷ ହିତାଧିକାରୀଙ୍କ ପାଖରେ ସୁଭଦ୍ରା ପହଞ୍ଚିବାକୁ ଟାର୍ଗେଟ ରଖିଛୁ । ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରାକ ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଟଙ୍କା ମିଳିବ ।