ଅତାବିରା ରେ ବିଶ୍ବ କର୍କଟ ଦିବସ ଅବସରରେ ପଦଯାତ୍ରା

ବରଗଡ଼:-୪/୨(ନବୀନ କୁମାର ଦାଶ):ଫେବୃୟାରୀ ୪ ତାରିଖ ବିଶ୍ବ କର୍କଟ ଦିବସ ଅବସରରେ ବରଗଡ ଫାଇଟର ଗ୍ରୁଫ ଆୟୋଜନରେ ଓ ଜାବ୍ ଅତାବିରା ଶାଖାର ସହଯୋଗ ରେ ସକାଳ ୯ଟାରୁ କେନସର ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା ପଦଯାତ୍ରା ଅଗ୍ରସେନ ଭବନ ରୁ ବାହାରି ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଯାଇ ଥିବାବେଳେ ସଚେତନତା ପଦ ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ମହାନନ୍ଦ ଯୋଗ ଦେଇ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା।

କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର,ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି ଅରୁଣ ବାରିକ,ବଣିକ ସଂଘର ସଭାପତି ବୃନ୍ଦାବନ ମିଶ୍ର,ଅତାବିରା କଲେଜର ଅଧ୍ୟକ୍ଷ ଅଶ୍ବିନୀ ପଧାନ, କୃଷକ ସଂଗଠନ ର ବୀରେନ୍ଦ୍ର କର,ଅରବିନ୍ଦ ସ୍କୁଲ ଅଧ୍ୟକ୍ଷ ଟିକେଲାଲ ଚାନ୍ଦ,ଆମ ସହର ଦାୟିତ୍ବ ଆମର ସଂଘର ସଭାପତି ଶେଷଦେବ ନାଏକ,ଡ୍ରଗିଷ୍ଟ ଓ କେମିଷ୍ଠ ସଂଘର ଡାକ୍ତର ପ୍ରକାଶ ମିଶ୍ର,ଡାକ୍ତର ଚିତ୍ତରଂଜନ ଜେନା, ମାରଓ୍ବାଡି ସମାଜର ଉମେଶ ଅଗ୍ରଓ୍ବାଲ,ଗୋଡଭଗା ଲାୟନ୍ସ କ୍ଲବ, ସାମ୍ବାଦିକ ଯୁଧିଷ୍ଠିର ମହାପାତ୍ର, ସୁରେଶ ଦାସ,ଖିରୋଜ ନାୟକ, କୀର୍ତ୍ତନ ବିଶ୍ବାଲ,ନରେନ୍ଦ୍ର ଦାଶ, ସୁରେନ୍ଦ୍ର କଠାର,ନଗର ସଭାପତି ସତୀଶ,ସୁରେନ୍ଦ୍ର ସ୍ବାଇଁ,କୌଶିକ ମହାକୁର,ଅତାବିରା କଲେଜ, ଲାଦରପାଲି ଅରବିନ୍ଦ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ପ୍ଲାଏ କାର୍ଡ ଧରି ସ୍ଲୋଗାନ ମାନ ଦେଇ ସଚେତନ କରିଥିଲେ।ସର୍ବପ୍ରଥମେ କେନସର ସଚେତନତା ଦସ୍ତଖତ ଅଭିଯାନ କରାଯାଇଥିଲା।

ସେୟାର କରନ୍ତୁ

Next Post

କାଲି ୨୭୬୭ ଜଣ ଅଧ୍ୟକ୍ଷ,ଶିକ୍ଷକ-ଶିକ୍ଷୟିତ୍ରୀ, କନିଷ୍ଠ ସହାୟକ ଓ ସମୀକ୍ଷକଙ୍କ ନିଯୁକ୍ତି....

Thu Feb 6 , 2025
ଭୁବନେଶ୍ବର, ୬/୦୨: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଆସନ୍ତାକାଲି ଆୟୋଜିତ ହେବ ନିଯୁକ୍ତି ମେଳା । ଏହି ନିଯୁକ୍ତି ମେଳା ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨୭୬୭ ଜଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ […]

You May Like

Pin It on Pinterest