ଦିଲ୍ଲୀରେ ସରକାର ଗଢିବ ବିଜେପି…

ବାସ୍ତବ ବ୍ୟୁରୋ: ଆସିଗଲା ଦିଲ୍ଲୀ ବିଧାନସଭା ନିର୍ବାଚନ -୨୦୨୫ ର ସମ୍ପୂର୍ଣ୍ଣ ଫଳାଫଳ ।  ବିଧାନସଭା ନିର୍ବାଚନରେ ବିଜେପି ୪୮ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଯାହା ଫଳରେ ଭାରତୀୟ ଜନତା ପାର୍ଟି ଦୀର୍ଘ ୨୪ ବର୍ଷ ପରେ ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି । ଏଥିସହିତ ଆମ୍ ଆଦମୀ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି ଏବଂ କଂଗ୍ରେସ ପୁଣି ଥରେ ନିର୍ବାଚନରେ ଗୋଟିଏ ବି ଆସନ ଜିତିନାହିଁ। 

 ବିପୁଳ ବିଜୟ ପାଇଁ ଦିଲ୍ଲୀ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ କେବଳ ଦଳୀୟ କର୍ମୀ ଓ ଦିଲ୍ଲୀ ଭୋଟରଙ୍କୁ ଧନ୍ୟବାଦ ଦେଇନାହାଁନ୍ତି ବରଂ ଏହାସହ ସହ କଡା ଭାଷାରେ ଆପକୁ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଜି ଦିଲ୍ଲୀବାସୀଙ୍କ ମଧ୍ୟରେ ଉତ୍ସାହ ଏବଂ ଶାନ୍ତି ରହିଛି। ଦିଲ୍ଲୀ ଆପ-ଦା ମୁକ୍ତ ହୋଇଯାଇଛି। ମୁଁ ଦିଲ୍ଲୀବାସୀଙ୍କୁ ବିଜେପିକୁ ସେବା କରିବାର ସୁଯୋଗ ଦେବାକୁ ଅନୁରୋଧ କରିଥିଲି। ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଭରସା କରିଥିବାରୁ ମୁଁ ଦିଲ୍ଲୀର ପ୍ରତ୍ୟେକ ପରିବାରକୁ ମୋର ମୁଣ୍ଡ ନୁଆଇଁ ପ୍ରଣାମ କରୁଛି। ଦିଲ୍ଲୀ ଆମକୁ ଅସୀମ ପ୍ରେମ ଦେଇଛି। ଦ୍ରୁତ ବିକାଶ ଆଣି ଆମେ ଦିଲ୍ଲୀବାସୀଙ୍କ ଋଣ ପରିଶୋଧ କରିବୁ।”

ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଉପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି- “ମୁଁ ଭାବୁଛି ଦିଲ୍ଲୀର ଆମର ସମସ୍ତ ବୈଠକ ଏବଂ ମୁଁ ଯେଉଁ ଲୋକଙ୍କୁ ସାକ୍ଷାତ କରୁଥିଲି, ଏହା ସ୍ପଷ୍ଟ ହୋଇଛି ଯେ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଯେଉଁମାନେ ଜିତିଛନ୍ତି ସେମାନଙ୍କୁ ଅଭିନନ୍ଦନ। ଆମକୁ ଅଧିକ ପରିଶ୍ରମ କରିବାକୁ ପଡିବ।”

ସେହିପରି ଅରବିନ୍ଦ କେଜ୍ରିୱାଲ ବିଜେପିକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ଜନାଦେଶ ଗ୍ରହଣ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ସେ କ୍ଷମତା ପାଇଁ ରାଜନୀତିରେ ଆସିନାହାଁନ୍ତି। ତାଙ୍କ ଦଳ ବିଶ୍ୱାସ କରେ ଯେ ରାଜନୀତି ହେଉଛି ଜନସେବାର ଏକ ମାଧ୍ୟମ ଏବଂ ଆମ୍ ଆଦମୀ ପାର୍ଟି କ୍ଷମତା ବାହାରେ ରହିବା ପରେ ମଧ୍ୟ ଲୋକଙ୍କ ସେବା କରିପାରିବ।

ଉଲ୍ଲେଖଯୋଗ୍ୟ ଯେ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢିଥିବା କେଜ୍ରିୱାଲ ଚଳିତ ଥର ନିଜ ଆସନ ବି ବଞ୍ଚାଇ ପାରିଲେ ନାହିଁ । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୪୦୮୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପରଭେଶ ବର୍ମାଙ୍କୁ ୩୦,୦୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୯୯୯ ଖଣ୍ଡ ଭୋଟ୍ ମିଳିଛି । 

ସେୟାର କରନ୍ତୁ

Next Post

କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

Sun Feb 9 , 2025
ବାସ୍ତବ ବ୍ୟୁରୋ: କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀ କେବେ ଶପଥ ଗ୍ରହଣ କରିବେ, ସେନେଇ ତାରିଖ ଠିକ୍ ତ ହେଇନି ହେଲେ ଶନିବାର ବଡ଼ ବିଜୟ ପରେ ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ କହିବା ମୁତାବକ, ଆସନ୍ତା ୧୦ରୁ ୧୫ ଦିନ ଭିତରେ ଦିଲ୍ଲୀକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ । ତେବେ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିଲେ ହେଁ […]

You May Like

Pin It on Pinterest