ଯଦୁମଣି ପ୍ରଧାନ ପ୍ରେକ୍ଷାଲୟ ଉଦ୍ଘାଟିତ…

ବରଗଡ଼୧୦/୨(ନବୀନ କୁମାର ଦାଶ):ପୂର୍ବତନ ବରଗଡ଼ ବିଧାୟକ, ପୌରାଧ୍ୟକ୍ଷ ତଥା ବିଶିଷ୍ଟ ନେତା ସ୍ୱର୍ଗତ ଯଦୁମଣି ପ୍ରଧାନଙ୍କ ସ୍ମୃତି ଚାରଣ ତଥା ସମ୍ମାନ ରକ୍ଷା ନିମନ୍ତେ ସ୍ଥାନୀୟ କୃଷକ ବଜାର ଠାରେ ନବନିର୍ମିତ ପ୍ରେକ୍ଷାଳୟକୁ ତାଙ୍କ ନାମରେ ଉତ୍ସର୍ଗିକୃତ କରିବା ସହ ଉଦ୍ଘାଟିତ ହୋଇଛି।

ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ଅଦିତ୍ୟ ଗୋୟଲଙ୍କ ସମେତ ସଦର ବିଧାୟକ ଅଶ୍ୱିନୀ ଷଡଙ୍ଗୀ,ଅତାବିରା ବିଧାୟକ ନିହାର ମହାନନ୍ଦ,ପୌରାଧ୍ଯକ୍ଷା କଳ୍ପନା ମାଝି,ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ,ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଅରୁଣ ପାଣ୍ତେ,ବାର ଆସୋସିଏସନ୍ ସଭାପତି ଭିସ୍ମଦେବ ସରାଫ୍,ସାଂସଦ ପ୍ରତିନିଧି ସୁରେଶ୍ୱର ସତପଥୀ ଏବଂ ସ୍ୱର୍ଗତ ବିଧାୟକ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ହେମନ୍ତ ପ୍ରଧାନ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟକି,ଉକ୍ତ ୫୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ସର୍ବ ମୋଟ ୯ କୋଟି ୭ ଲକ୍ଷ ୧୦ ହଜାର ଅଟକଳ ମୂଲ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି।ପ୍ରେକ୍ଷାଳୟର ବାଲକୋନୀ ଠାରେ ୮୮ ଗୋଟି ଆସନ ଥିବାବେଳେ ଗ୍ୟାଲେରୀଠାରେ ୪୧୨ ଗୋଟି ଆସନ ସହ ୨ ଗୋଟି ଚେଞ୍ଜିଙ୍ଗ ରୁମ,ଗୋଟିଏ ଭିଆଇପି ଲାଉଞ୍ଜ ସହ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଷୌଚାଳୟ ଏବଂ ଅଫିସ ରୁମ,ଷ୍ଟୋର ରୁମ, ପେଣ୍ଟ୍ରି ରୁମ ଏବଂ ୱେଟିଙ୍ଗ ରୁମ ଭଳି ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।

ସେୟାର କରନ୍ତୁ

Next Post

ଭକ୍ତ ଚରଣ ଦାସ ପିସିସି ର ନୂଆ ମୁଖିଆ....

Tue Feb 11 , 2025
ବାସ୍ତବ ବ୍ୟୁରୋ : ଦୀର୍ଘ ଦିନ ଯାଏ ଖାଲି ପଡିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ପଦବୀ କୁ ମିଳିଛି ଏହାର ନୂଆ ମୁଖିଆ । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ନିଯୁକ୍ତ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ସାଧାରଣ ନିର୍ବାଚନ ପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା […]

You May Like

Breaking News

Pin It on Pinterest