ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ବାଦାମବାଡି ବିଦ୍ୟୁତ ଅଫିସ ଆଗରେ ବିକ୍ଷୋଭ…

ସଂଜୟ ଶତପଥୀ(କଟକ):୧୩/୨ – ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବାଦାମବାଡି ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ ସମ୍ମଖରେ ବିକ୍ଷୋଭ କରାଯାଇଛି। ଶତାଧିକ ଉପଭୋକ୍ତା ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପଦର୍ଶନ କରିଥିଲେ।

ଏହି ଗଣ ବିକ୍ଷୋଭରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ଦିପକ ଦାସ, ଅକ୍ଷୟ ରାଉଳ, ସୁକାନ୍ତ ନାୟକ, ଉଦୟ ଟୁଡୁ, ଲକ୍ଷ୍ମୀ ସିଂ, ଶିବ ବେହେରା, ଟୁନି ମହାକୁଡ଼, ସାବିତ୍ରୀ ହେମ୍ବ୍ରମ ପ୍ରମୁଖ ନେତୃତ୍ବ ନେଇଥିଲେ। ବିକ୍ଷୋଭକାରି ମାନଙ୍କ ପକ୍ଷରୁ ୧୦ ଦଫା ଦାବିପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ଦିଆଯାଇଛି। ଉପଭୋକ୍ତାଙ୍କ ଘରୁ ବଳପୂର୍ବକ ଡିଜିଟାଲ ମିଟର କାଢି ସ୍ମାଟ ମିଟର ଲଗେଇବା ବନ୍ଦ କରିବା, ଯେଉଁ ଲୋକମାନଙ୍କ ଘରେ ଜବରଦସ୍ତ ସ୍ମାଟ ମିଟର ଲଗା ଯାଉଛି ତୁରନ୍ତ ତାକୁ ବଦଳେଇବା, ସମସ୍ତ ଗରିବ ଲୋକମାନଙ୍କୁ ବିନା ସିକ୍ୟୁରିଟି ଡିପୋଜିଟ ଓ ବିନା କଟକଣାରେ ବିଦ୍ୟୁତ ସଂଯୋଗ ଦେବା, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଥିବା ବସ୍ତି ଲୋକଙ୍କ ଠାରୁ ପ୍ରତି ମାସରେ ମିଟର ରିଡିଙ୍ଗ ଦେୟ ସହ SCHEMI ଆଦାୟ ବନ୍ଦ ଓ ମିଟର ବାବଦ ୪୦ ଟଙ୍କା ଆଦାୟ ବନ୍ଦ କରିବା, ପ୍ରିପେଡ୍ ସ୍ମାଟ ମିଟର ବାତିଲ କରିବା, ଦିନର ବିଭିନ୍ନ ସମୟ ପାଇଁ ଭିନ୍ନ ଭିନ୍ନ ଶୁଳ୍କ (Time of day tariff) ବାତିଲ କରିବା, ୩୦୦ ୟୁନିଟ୍ ପର୍ୟ୍ଯନ୍ତ ବିଦ୍ୟୁତ ଶୁଳ୍କ ଛାଡ କରିବା,ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କରିବା, ସମଗ୍ର ବିଦ୍ୟୁତ କ୍ଷେତ୍ରକୁ ସରକର ହାତକୁ ନେବା, ବିଦ୍ୟୁତ ଉପଭୋକ୍ତା ଉପରେ ଜୁଲମ ଓ ବିଭିନ୍ନ ଆଳରେ ବିଦ୍ୟୁତ ସଂଯୋଗ କାଟିବା ବନ୍ଦ କରିବା ଓ ଘନ ଘନ ବିଦ୍ୟୁତ କାଟ ବନ୍ଦ କରିବା ପ୍ରମୁଖ ଦାବି ବିକ୍ଷୋଭକାରି ମାନଙ୍କ ପକ୍ଷରୁ କାରାଯାଇଛି । ଦାବି ଗୁଡିକ ପୁରଣ ନହେଲେ ଆଗକୁ ଉପଭୋକ୍ତା ମାନଙ୍କ ଆନ୍ଦୋଳନ ବ୍ୟାପକ ହେବ।

ସେୟାର କରନ୍ତୁ

Next Post

ବ୍ରଜରାଜନଗର ଅଞ୍ଚଳର ବିକାଶ ଓ ଏମସିଏଲ ଅଧିକାରୀଙ୍କ ସମସ୍ଯା ସଂମ୍ପର୍କ ରେ ସାଂସଦ ପ୍ରଦୀପ ପୁରୋହିତଙ୍କ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି କିଶନ୍ ରେଡ୍ଡୀଙ୍କ ସହ ଆଲୋଚନା

Thu Feb 13 , 2025
ନବୀନ ଦାଶ(ବରଗଡ଼)୧୩/୨:ଆଜି ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନ ଠାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ଶ୍ରୀ ଜି କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରି କୋଇଲା ଖଣି ଅଞ୍ଚଳ ବ୍ରଜରାଜନଗର ଅଞ୍ଚଳକୁ ଏମସିଏଲ ଜରିଆରେ କିଭଲି ବିଭିନ୍ନ ପ୍ରକାର ବିକାଶ ମୂଳକ କାର୍ଯ୍ଯ କରାଯାଇ ପାରିବ ତାର ଉପରେ ବିଶଦ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିବା ସାଂସଦ ପୁରୋହିତ ସୂଚନା ଦେଇଛନ୍ତି। ଏତଦ […]

You May Like

Pin It on Pinterest